ଜେଲରୁ ବାହାରିପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ…

ଭୁବନେଶ୍ବର : ରାଜଧାନୀର ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବଡ ଆଶ୍ବସ୍ତି । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା ଅର୍ଚ୍ଚନା ନାଗ । ଏହି ମାମଲା ସମଗ୍ର ରାଜ୍ୟର ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିଲା । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ଝାରପଡ଼ା ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି ଅର୍ଚ୍ଚନା ।
ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି । ମନି ଲଣ୍ଡରିଂର ଖୋଳତାଡ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ପ୍ରମାଣ ପାଇଥିଲା ଇଡି । ଏହି ଘଟଣାରେ ପୋଲିସ ଅର୍ଚ୍ଚନାକୁ ଗିରଫ କରିବା ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବନ୍ଧୁ ଖଗେଶ୍ୱରଙ୍କୁ ଗିରଫ କରିଥିଲା ।
ତେବେ ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍ ମିଲିଥିଲା । ତା’ପରେ ସେ ଜେଲ୍ରୁ ବାହାରିଥିଲେ । ଏବେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ସ୍ୱାମୀଙ୍କ ପରେ ପରେ ଅର୍ଚ୍ଚନା ଜେଲ୍ରୁ ବାହାରିବେ ବୋଲି ଚର୍ଚ୍ଚା ହେଉଛି ।