କଂଟାମାଳ ବ୍ଲକ୍ ଯାମୁମାଳଠାରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବୌଦ୍ଧ, ୪/୧୨ (ନି.ପ୍ର.) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ୍ ଶିମିଳିପଦର ପଂଚାୟତ ଅନ୍ତର୍ଗତ ଯାମୁମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି । ଅଂଚଳର ଯୁବ ସଂଗଠନର ଉଦ୍ୟମକ୍ରମେ ଅନୁଷ୍ଠିତ ଶିବିରରେ ମୋଟ ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ମିଶ୍ର ଯୋଗ ଦେଇଥିବା ବେଳେ ଶିମିଳିପଦର ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ୍ଲ ପ୍ରଧାନ, ଓମ୍ ପ୍ରକାଶ ମିଶ୍ର, ଅନିଲ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆରମ୍ଭ ଅନୁଷ୍ଠାନର ଅଧ୍ୟକ୍ଷ ଯଦୁ ବିହାରୀ ବାଘ, ଅନଙ୍ଗ ପ୍ରଧାନ, ସୁନିଲ ପାଢ଼ୀ, ଗୋବିନ୍ଦ ନାଏକ, ସଞ୍ଜୀବ ପାଢ଼ୀ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବଇଜୁ ସାହୁ, ବିବେକାନନ୍ଦ ମେହେର, ନରେନ୍ଦ୍ର ବାରିକ, ସାମନ୍ତ କମ୍ପ, ପ୍ରଶାନ୍ତ କ୍ଷେତୀ, ମଂଟୁ ପ୍ରଧାନ, ଦୀପକ ପାଢ଼ୀ, ଧର୍ମୁ ଦେବତା, ରିଙ୍କୁ କର୍ଣ୍ଣ, ଅନିତା ଦେବତା, ସଙ୍ଗୀତା ସୋନି, ଅନୁପମା ନାଏକ ପ୍ରମୁଖ ରକ୍ତଦାନ କରିଥିଲେ ।