ଓଡିଶା

ଆବାସ ଯୋଜନାରେ ୱାର୍କ ଅର୍ଡର୍ ମିଳିଥିଲେ ବି ଅପର୍ଣ୍ଣା ବେହେରାଙ୍କୁ ମିଳୁନି ଅର୍ଥ…

ବୌଦ୍ଧ, ୪/୧୨ (ନି.ପ୍ର.) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଡ଼େଣିଗଡ଼ ପଂଚାୟତ ଅନ୍ତର୍ଗତ ରାଣୀଗଞ୍ଜ ଗ୍ରାମରେ ରହୁଥିବା ଅପର୍ଣ୍ଣା ବେହେରାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆବାସ ଗୃହର ୱାର୍କ ଅର୍ଡର୍ ମିଳିଥିଲେ ମଧ୍ୟ ହରଭଙ୍ଗା ବ୍ଲକ୍ ଗୋଷ୍ଠୀ ଉନୟନ ଅଧିକାରିଣୀ ସ୍ୱପ୍ନିତା ନାୟକ କେଉଁ ସ୍ୱାର୍ଥ୍ୟରେ ଏହାକୁ ଚାପି ରଖିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଧବା ବୃଦ୍ଧ ମହିଳା ଜଣଙ୍କ ଘର ଖଣ୍ଡେ ନ ପାଇ ଥିବାରୁ ସରକାରଙ୍କୁ ଆବେଦନ କରିଥିଲେ । ଆବେଦନ ଅନୁଯାୟୀ, ଅପର୍ଣ୍ଣା ବେହେରାଙ୍କ ନାମରେ ସରକାର ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଗୃହ ନିର୍ମାଣ ନିମନ୍ତେ ୱାର୍କ ଅର୍ଡର୍ ମଧ୍ୟ ଦେଇଛନ୍ତି । ହେଲେ ଦୁଃଖର ବିଷୟ, ଗତ ତା :୧୯/୦୬/୨୦୨୩ ରିଖରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା କାର୍ଯ୍ୟଦେଶ ରେଜିଷ୍ଟେସନ୍ ନମ୍ବର: ଙଜ ୧୫୪୩୮୨୨୧୩ ରେ ଉଦ୍ଧିଷ୍ଟ ଥିବାବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ କରିବା ନିମନ୍ତେ ବ୍ଲକ୍ ପ୍ରଶାସନ ତରଫରୁ ଅର୍ଥ ପ୍ରଦାନ କରିନ ଥିବାରୁ ଚାଳ ଛପର ଗୃହରେ ଦିନ କାଟୁଥିବା କହିଛନ୍ତି ଅପର୍ଣ୍ଣା ବେହେରା । ବୌଦ୍ଧ ଜିଲ୍ଲାପାଳ ତୁରନ୍ତ ଏହାର ପଦକ୍ଷେପ ନେଇ ଏହି ବିଧବା ବୃଦ୍ଧା ମାଙ୍କୁ ଗୃହ ନିର୍ମାଣ କରିବା ନିମନ୍ତେ ଅର୍ଥ ପ୍ରଦାନ କରିବାପାଇଁ ପ୍ରଶାସନ ଅବହେଳା କାହିଁକି କରୁଛି ବୋଲି ଇଓଉଡଉ ର ରାଜ୍ୟ ଉପସଭାପତି ତଥା ମାନବାଧିକାର ମିଶନର ମିଡ଼ିଆ ସମ୍ପାଦକ ସାମ୍ବାଦିକ କୁନା ଦିଗାଲଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ କରିଛନ୍ତି ନିରୀହ ଗରିବ ବିଧବା ବୃଦ୍ଧା ମହିଳା ଅପର୍ଣ୍ଣା ବେହେରା । ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ଗରିବ ବୃଦ୍ଧା ମାଙ୍କୁ ପ୍ରଶାସନ ପକ୍ଷରୁ ଗୃହ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରାଯିବ ପାଇଁ ଦାବି ରଖିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା