ଓଡିଶା

ହିନ୍ଦୋଳ ଏନ୍ଏସି ପରିଦର୍ଶନ କଲେ ଜାଗାମିଶନ ରାଜ୍ୟ ଉପଦେଷ୍ଟା…

ହିନ୍ଦୋଳ, ୨/୧୨ (ସୁଜିତ୍ କୁମାର ବେହେରା) : ଓଡିଶା ସରକାରଙ୍କ ଜାଗାମିଶନର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ୱତୀ ମିଶ୍ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ପରିଦର୍ଶନ କରିଛନ୍ତି । ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ୱତୀ ମିଶ୍ର ହିନ୍ଦୋଳ ଏନ୍ଏସିରେ ପହଂଚିବା ପରେ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସମସ୍ତ କାଉନସିଲର, ଦଳୀୟ କାର୍ଯ୍ୟକର୍ତା, କର୍ମଚାରୀ ଓ ଜାଗାମିଶନ ସଭ୍ୟ/ସଭ୍ୟାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ପରେ ଏନ୍ଏସି ସଭାଗୃହରେ ଅଧ୍ୟକ୍ଷ କେଶବ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶ୍ରୀମତୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କ ଜାଗାମିଶନ ସମ୍ପର୍କରେ ବିସୃତ ଆଲୋଚନା କରିବା ସହ ସହରାଂଚଳରେ କିଭଳି ଭୂମିହୀନଙ୍କ ପାଇଁ ଆଦର୍ଶ ବିଜୁ କଲୋନୀ ନିର୍ମାଣ କରାଯାଇ ସମସ୍ତ ପ୍ରକାର ସୁବିଧା ଆବାସ ଘର, ଡ୍ରେନ, ପାର୍କ, ପାନୀୟଜଳ ସୁବିଧା, ଶୌଚାଳୟ, ପରିଚୟ ଘର, ମିଶନଶକ୍ତି ଘର, ଆଲୋକୀକରଣ ଇତ୍ୟାଦି କରାଯାଇ ଥଇଥାନ କରାଯାଉଛି ସେ ବାବାଦରେ ବୁଝାଇଥିଲେ ।

ହିନ୍ଦୋଳ ଏନ୍ଏସିରେ ଦ୍ରୁତଗତିରେ ଆଗେଇଚାଲିଥିବା ସାତଟି ଜାଗାମିଶନ କାର୍ଯ୍ୟକ୍ରମର ସମୀକ୍ଷା କରିବାସହ ୱାର୍ଡନଂ -୧୪ରେ ସମ୍ପୂର୍ଣ୍ଣ ହୋଇଥିବା ଜାଗାମିଶନ ସ୍ଥଳ ପରିଦର୍ଶନ କରି ହିନ୍ଦୋଳ ଏନ୍ଏସି କାର୍ଯ୍ୟକଳାପକୁ ଉଚ୍ଚପ୍ରଶଂସା କରିଥିଲେ । ଏଥିସହ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ଅକ୍ଲାନ୍ତ ପରିଶ୍ରମ, ଉଦ୍ୟମ ଓ ଇଚ୍ଛାଶକ୍ତି ତଥା ସହଯୋଗରେ ହିନେ୍ଦାଳ ଏନ୍ଏସି ବିକାଶ ମାର୍ଗରେ ଆଗେଇ ଚାଲିଥିବାରୁ ସମସ୍ତେ ବିଧାୟିକାଙ୍କୁ ଉଚ୍ଚପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପ୍ରତିମା ରାଉତ, ସମସ୍ତ କାଉନସିଲର, ଢେଙ୍କାନାଳ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ସମସ୍ତ ଜାଗା ମିଶନ ସଭାପତି, ସମ୍ପାଦିକା, ସଭ୍ୟା/ସଭ୍ୟ, ଏନ୍ଏସି କର୍ମଚାରୀ ତଥା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ପ୍ରଣୟ ବିଶ୍ୱାଳ, ସି ଓ କୌଶଲ୍ୟା ନାୟକ, ନିର୍ବାହୀ ଯନ୍ତ୍ରୀ ଦାସ ମହାପାତ୍ର ପ୍ରମୁଖ କର୍ମଚାରୀ ଯୋଗ ଦେଇ ଏଥିରେ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା