ହସନପୁରରେ ହନୁମାନ ମନ୍ଦିରର ଶୁଭାରମ୍ଭ କଲେ ଯୁବଗୋଷ୍ଠୀ…

ଘସିପୁରା, ୨/୧୨ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ମଦନପୁର ପଂଚାୟତ ହସନପୁର ଗ୍ରାମରେ ଯୁବକମାନଙ୍କ ଦ୍ୱାରା ହନୁମାନ ମନ୍ଦିରର ଶୁଭ ଉଦଘାଟନ କରାଯାଇଛି । ଏହି ଗ୍ରାମରେ ହନୁମାନଙ୍କର ମନ୍ଦିର ନଥିବାରୁ ଦୀର୍ଘଦିନ ଧରି ଯୁବକ ମାନେ ଏକ ପ୍ରୟାସ ଆରମ୍ଭ କରିଥିଲେ । ହସନପୁର ଗ୍ରାମର ବଳରାମ ସା ଏବଂ ତାଙ୍କ ପତ୍ନୀ ମାମିନା ସା ମୁଖ୍ୟ ସଂକଳ୍ପରେ ବସି ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇ ହନୁମାନ ମନ୍ଦିର ପାଇଁ ଶୁଭାରମ୍ଭ କରିଛନ୍ତି । ଏଥିରେ ଗ୍ରାମର ଯୁବଗୋଷ୍ଠୀ ମାନେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ପୂଜକ ଉପେନ୍ଦ୍ର ତ୍ରିପାଠୀ ଏବଂ ମନ୍ମଥ ତ୍ରିପାଠୀ ଓ କଳାକର ପତି ରୀତିନୀତିରେ ସକାଳୁ ସଂଧ୍ୟା ପଯ୍ୟନ୍ତ ପୂଜାର୍ଚ୍ଚନା କରି ଶୁଭ ଉଦଘାଟନ କରିଛନ୍ତି ।ଏଥିରେ ଗ୍ରାମବାସୀ ମାନେ ବହୁ ଆନନ୍ଦରେ ପ୍ରସାଦ ସେବନ କରିଥିବା ବେଳେ କିପରି ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ଏଥିପ୍ରତି ସଚେତନତା ରହିଥିବା ଦେଖିବାକୁ ମିଳିଛି ।