ସାରାବଙ୍ଗ ଗାଁରେ ଲାଗିଛି ମାଓପୋଷ୍ଟର ଓ ବ୍ୟାନର; ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ଆହ୍ୱାନ…

ନୂଆପଡ଼ା, ୨/୧୨ (କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡ଼ା ଥାନା ସାରାବଙ୍ଗ ଗାଁରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଆହ୍ୱାନ କରିଛନ୍ତି । ମାଓ ବ୍ୟାନରକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ସାରାବଙ୍ଗ ଗାଁ ମୁଣ୍ଡ ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟ ଭଳି ୪ଟି ସ୍ଥାନରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ମାଓ ପୋଷ୍ଟର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ କମିଟି ପକ୍ଷରୁ ମରା ଯାଇଥିବା ତଳେ ଉଲ୍ଲେଖ ରହିଛି ।ଏଥିରେ ଡିସେମ୍ବର ୨ ରୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରାଯାଇଛି । ମାଓ ପୋଷ୍ଟର ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ଖବର ପାଇ ନୂଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଓ ବ୍ୟାନର ଜବତ କରି ତଦନ୍ତ ଚଲାଇଛି ।