ଓଡିଶା

ବିଦା ହେଲେ କୁବେର ଆଇଆଇସି ସୁଶାନ୍ତ କୁମାର ଶତପଥୀ…

କୋଟପାଡ଼, ୨/୧୨ (ସୁନୀଲ ଦାଶ) : ଚାକିରିରୁ ବହିଷ୍କୃତ ହେଲେ ବୈପାରୀଗୁଡା କୁବେର ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଛନ୍ତି ସୁଶାନ୍ତ ।

ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ପୋଲିସ ଅଧିକାରୀଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଚଢାଉ ବେଳେ ତାଙ୍କ ପାଖରୁ ପାଖାପାଖି ନଗଦ ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ପରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ । ଏହି ସମୟରେ ଆଇଆଇସିଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଥିଲା ।

ଏପରିକି ଆଇଆଇସିଙ୍କ କଟକସ୍ଥିତ ସରକାରୀ ବାସଭଭନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଆଇଆଇସି ସୁଶାନ୍ତ ଏତେ ପଇସା କୁଆଡୁ ଆଣିଲେ ସେ ନେଇ ତାଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ ବିଭାଗ । ମାତ୍ର ଏହାର କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ ଥାନା ବାବୁ ।

୧୯୯୯ରୁ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରି ୨୦୨୩ରେ ତାଙ୍କୁ ଥାନା ବାବୁ ଭାବେ ପଦୋନ୍ନତି ମିଳିଥିଲା । ଏହାପରେ ଗଞ୍ଜେଇ ବେପାର ପାଇଁ ଚର୍ଚ୍ଚାରେ ଥିବା ବୈପାରୀଗୁଡ଼ାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା