ଓଡିଶା

ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ…

ହିନ୍ଦୋଳ, ୨/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦୁଇ ବାଇକ ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ । ଖବରରୁ ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟା ସମୟରେ ହିନ୍ଦୋଳ ଥାନା ଅନ୍ତର୍ଗତ ଆଲୁସିଂ ଗ୍ରାମର ଏନ୍ଏସି ସଫେଇ କର୍ମଚାରୀ ନରେଶ ନାଏକ (୪୮) ଝିଅଘରକୁ ଯାଇ ମହୀଧରପୁର ଆଡୁ ଏକ ଗ୍ଲାମର ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ହିନ୍ଦୋଳ ଥାନା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଂଚାୟତ ନୂଆକୂଟ ଗ୍ରାମର ଅକ୍ଷୟ ନାଏକଙ୍କ ପୁଅ ଅନନ୍ତ ନାଏକ (୨୫) ଏକ ସିଡ଼ି ଡୀଲକ୍ସ ବାଇକ ଯୋଗେ ନୂଆକୂଟ ପଟୁ ଆସୁଥିବାବେଳେ ନରେଶଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟବାସୀ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନା ଆଣିଥିଲେ । ଉଭୟ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଥିବାବେଳେ ଅନନ୍ତ ନାଏକଙ୍କ ଗୋଡ଼, ପାଦରେ ଗଭୀର ଆଘାତ ଲାଗିଛି ଏବଂ ନରେଶଙ୍କ ସମଗ୍ର ଶରୀର ଖଣ୍ଡିଆ ଖାବରା ହୋଇଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ହିନ୍ଦୋଳ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା