କନ୍ଧମାଳ ଜିଏନ୍ଏମ୍ କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳିତ…

କନ୍ଧମାଳ, ୨/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ପିରିକୁଡ଼ି ପଂଚାୟତ ନିକଟରେ ଥିବା (ଜିଏନ୍ଏମ୍ ) ଟ୍ରେନିଂ କଲେଜରେ ପ୍ରିନ୍ସପାଲ ସଂଘମିତ୍ରା ସିଂଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହେଇଯାଇଛି । ଉକ୍ତ ଦିବସ ପାଳନ କରିବା ସହିତ ପିରିକୁଡ଼ି ପଂଚାୟତର ଗ୍ରାମମାନଙ୍କରେ ପଦଯାତ୍ରା କରି ସଚେତନତା କାର୍ଯ୍ୟକର୍ମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଛିି । ଏହି ଅବସରରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ପାତ୍ର, ରଶ୍ମିତା ଜେନା, ଡି ସଚିନ୍, ଦେବବ୍ରତ ଜେନା, ବନ୍ଦନା ଦିଗାଲ ଯୋଗଦେଇ ଦିବସଟିକୁ ଶୃଙ୍ଖଳିତ ଭାବେ ପାଳନ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।