ହୋମଗାର୍ଡଙ୍କୁ ଅଣଦେଖା କରୁଛନ୍ତି ଓଡିଶା ସରକାର…

ତେଲେଙ୍ଗାନା, ୧/୧୨ : ଓଡ଼ିଶାର କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ବାଲେଶ୍ୱର ଏପରିକି ବିଭିନ୍ନ ଜିଲ୍ଲାରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ହୋମଗାର୍ଡ କର୍ମଚାରୀମାନଙ୍କୁ ତେଲେଙ୍ଗାନା ଇଲେକ୍ସନ ଡ୍ୟୁଟିରେ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଥିବା କହିଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତା । ଓଡ଼ିଶାର ହୋମଗାର୍ଡ କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟରେ ଇଲେକ୍ସନ ଡ୍ୟୁଟିରେ ମୁତୟନ କରାଯାଉଛି କିନ୍ତୁ ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଓଡ଼ିଶା ସରକାର ହୋମଗାର୍ଡ କର୍ମଚାରୀମାନଙ୍କୁ ଦରମା ବୃଦ୍ଧି ଏବଂ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ କରୁଥିବାରୁ ଓଡ଼ିଶାର ହୋମଗାର୍ଡ ସଂଘର କର୍ମକର୍ତା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଆଗାମୀ ଡିସେମ୍ବର ୫ରେ ସୁପ୍ରିମକୋର୍ଟରେ ଓଡ଼ିଶାର ସମସ୍ତ ହୋମଗାର୍ଡ ସଂଘର କର୍ମକର୍ତାଙ୍କର ଦରମା ବୃଦ୍ଧି, ବିଭିନ୍ନ ସମସ୍ୟାର ସରଳ ସମାଧାନ ବିଷୟରେ ଆଲୋଚନା ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ଓଡିଶାର ହୋମଗାର୍ଡ କର୍ମଚାରୀଙ୍କ ସପକ୍ଷରେ ସମସ୍ତ କାଗଜପତ୍ର ଦାଖଲ କରି ଉପଯୁକ୍ତ ନ୍ୟାୟ ଦେବା ପାଇଁ ମାନବାଧିକାର ମିସନ ଚୈୟାରପରସନ ଶ୍ରୀ ମହେନ୍ଦ୍ର ଶର୍ମା ସୁପ୍ରିମକୋର୍ଟ ଜଷ୍ଟିସ କେ, ଜି, ବାଳକ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ମାନବାଧିକାର ମିଶନ ସୁପ୍ରିମକୋର୍ଟ ଆଇନଜୀବୀ ଶ୍ରୀ ଶେଖର ଶ୍ରୀବାସ୍ତବ ଏବଂ ଅନ୍ୟ ପିଟିସନରମାନଙ୍କ ତରଫରୁ ଦଶଜଣ ଆଇନଜୀବୀଙ୍କୁ ଓଡ଼ିଶାର ହୋମଗାର୍ଡ ସଂଘ ତରଫରୁ ମୁତୟନ କରାଯାଇଥିବା ସଂଘ କର୍ମକର୍ତା ମତ ପ୍ରକାଶ କରିଛନ୍ତି । ଏଣୁ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନେ ଡିସେମ୍ବର ମାସ ୬ ତାରିଖରେ ହୋମଗାର୍ଡ ଦିବସ ଅବସରରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ରାଜ୍ୟ ଭଳି ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବେ ବୋଲି ଓଡ଼ିଶାର ୧୬ହଜାରରୁ ଉର୍ଦ୍ଧ୍ୱ ହୋମଗାର୍ଡ ପରିବାର ସରକାରଙ୍କ ନିଷ୍ପତି ପାଇବା ଅପେକ୍ଷାରେ ଆଶାବାନ୍ଧି ରହିଛନ୍ତି ।