ବିଜ୍ଞାନ ବିଭାଗ ବିଷୟରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ…

ନୂଆପଡ଼ା, ୧/୧୨ (କୀର୍ତି ଚନ୍ଦ୍ର ନାଗ) : ଆଦର୍ଶ ସ୍ନାତକ ମହବିଦ୍ୟାଳୟ, ଖଡ଼ିଆଳରେ ରସାୟନ ବିଜ୍ଞାନ ବିଭାଗ ବିଷୟରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱ କରିଥିବା ବେଳେ ବିଭାଗୀୟ ଅଧ୍ୟାପିକା ନିବେଦିତା ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହ ବିଷୟସୂଚୀ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ତରୁଣ କୁମାର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ କୃପାଜଳ ଇଞ୍ଜିିନିୟରିଂ କଲେଜ ପ୍ରଧ୍ୟାପକ ଡ଼.ପ୍ରିୟବ୍ରତ ମହାପାତ୍ର ଯୋଗ ଦେଇ ଗ୍ରଫିନ ବିଷୟରେ ସମ୍ଭାଷଣ ରଖିଥିଲେ । ପାଠ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ହେମନ୍ତ ସାଗରିଆ ସଂଯୋଜନା କରିଥିଲେ । ଉକ୍ତ ପାଠଚକ୍ରରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପକ ଶ୍ରୀ ରାଜାରାମ ମିଶ୍ର ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ନାଜୀୟା ପରୱିନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ଭାବରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ନିହାର ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ । ଉକ୍ତ ପାଠଚକ୍ରରେ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ସହ ଆଦର୍ଶ ସ୍ନାତକ ମହବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀ ଯୋଗଦେବା ସଙ୍ଗେ ଖଡ଼ିଆଳ ସ୍ୱଂୟ ଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମଧ୍ୟ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନୃତତ୍ୱ ବିଭାଗ ମୁଖ୍ୟ ଡ଼. ଶିବ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।