ଜିତିଲେ ବିଜେଡି ପ୍ରାର୍ଥୀନୀ ଦେବସ୍ମିତା ଶତପଥି…

କନ୍ଧମାଳ, ୧/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ମୁନିସିପାଲିଟି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଦେବସ୍ମିତା ଶତପଥି । ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେବସ୍ମିତା ଶତପଥିଙ୍କୁ ଉପନିର୍ବାଚନ ଏନ୍ଏସି ଅଧ୍ୟକ୍ଷା ଭାବେ ନିଯୁକ୍ତି ହେବାପାଇଁ ଟିକେଟ୍ ପ୍ରଦାନ କରିବା ପରେ ଶ୍ରୀମତୀ ଶତପଥିଙ୍କର ପ୍ରଚାର ପ୍ରସାରରେ ସହଯୋଗ କରିଥିଲେ ବହୁ ବରିଷ୍ଠ ବିଜେଡି ନେତା ଏ କର୍ମୀ । ଏହି ଅବସରରେ ନବ ନିର୍ବାଚିତ ଜି ଉଦୟଗିରି ଏନ୍ଏସି ଅଧ୍ୟକ୍ଷା ଘରକୁ ଘର ଯାଇ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତି କରଣ, ମିଶନ ଶକ୍ତି, କାଳିଆ ଜୋଜନା, ସ୍କୁଟି ଯୋଜନା ଆଦି ବିଭିନ୍ନ ଉର୍ନତି ମୂଳକ ଯୋଜନା ଉପରେ ପ୍ରଚାର ପ୍ରସାର କରିଥିଲେ । ଏଥିରେ ସ୍ଥାନୀୟ ବିଜେଡି କର୍ମୀ ଏବଂ ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷା ଅନିମା କହଁର, ମିନିଷ୍ଟର ଅଫ ପଂଚାୟତ ରାଜ୍ୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ପ୍ରଚାର ପ୍ରସାରରେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । ଦେବସ୍ମିତାଙ୍କ ମାଙ୍କ ଅକାଳ ବିୟୋଗ ପରେ ଜନସାଧାରଣଙ୍କ ପ୍ରତି ରହିଯାଇଥିବା ମାଙ୍କ ଉନ୍ନତିମୂଳକ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଦେବସ୍ମିତା ଶତପଥି । ଏହାସହ ଦେବସ୍ମିତାଙ୍କୁ ନିର୍ବାଚନ ବୈତରଣୀ ପାର କରିବାରେ ସହଯୋଗ କରିଥିବା ବିଜେଡି ନେତା ମନ୍ତ୍ରୀ, ସମସ୍ତ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣେଇ ଛନ୍ତି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ।