କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ଆୟୋଜିତ ହେଲା ମେଗା ସ୍ୱାସ୍ଥ୍ୟ ଶିବିର

ବାଲିଆପାଳ, ୩୦/୧୧ (ଚନ୍ଦନ ଅଣ୍ଡିଆ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜଗାଇସ୍ଥିତ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ହରପ୍ରିୟା ଦାଶ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଆୟୋଜିତ ଶିବିରରେ ଡାକ୍ତର ପ୍ରମୋଦ କୁମାର ଦାସ ଓ ଡାକ୍ତର ଦିବାକର ଦେହୁରୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟର ଉପଯୁକ୍ତନ୍ତ୍ ନେବା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଯୁବ ବିକାଶ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଧ୍ୟାପକ ବିଶ୍ୱମ୍ବର ଜେନା ଓ ପ୍ରଭାତ କୁମାର ଜେନା ଉପସ୍ଥିତ ରହି ସୁସ୍ଥ ଶରୀର ସୁସ୍ଥ ସମାଜ ଶୀର୍ଷକ ଉପରେ ଆଲୋଚନା କରିଥିଲେ । ପରେ ଟାଟା ଫାଉଣ୍ଡେସନ ସହାୟତାରେ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ହିମୋଗ୍ଲୋବିନ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ଔଷଧ ବଂଟନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରଧ୍ୟାପକ ଶଙ୍କର ମଣ୍ଡଳ, ରମେଶ ଚନ୍ଦ୍ର ବାରିକ, ଅଧ୍ୟପାକ ବିଦ୍ୟାଧର କୁହ୍ଲାରୀ, ରାଜୀବ ଲୋଚନ ମାଝୀ, କମଳାକାନ୍ତ ପ୍ରଧାନ, ରାଧାକାନ୍ତ ମହାନ୍ତି, ଶାନ୍ତିଲତା ଦାସ, ବିକାଶ ରଞ୍ଜନ ପ୍ରଧାନ, ଅଶିଷ କୁମାର ଓଝା, ସସ୍ମିତା ସିଂ, ସରୋଜ କୁମାର ତ୍ରିପାଠୀ, ଶାନ୍ତନୁ କୁମାର ସାମଲ, ଜୟନ୍ତୀ ଦାସଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।