କନ୍ଧମାଳ ଜିଲ୍ଲା ଟିକାବାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

କନ୍ଧମାଳ, ୩୦/୧୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହେଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲିପ କହଁରଙ୍କ ଅଧ୍ୟକ୍ଷତାରେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ବଳରାମ ସେଠି, ଜିଲ୍ଲା ମୁଖ୍ୟ ଅପାଙ୍ଗ କେନ୍ଦ୍ର ଡାକ୍ତର ଅକ୍ଷୟ ପଣ୍ଡା, ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ବାଲିଗୁଡା ମମିତା ପ୍ରଧାନ, ଫୁଲବାଣୀ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ପ୍ରମୋଦ ବଡ଼ସେଠ ଏବଂ ସମସ୍ତ ଭିନ୍ନକ୍ଷମ ବିଭାଗୀୟ ଡାକ୍ତର ଉପସ୍ଥିତ ରହି ସମସ୍ତ ପରୀକ୍ଷା ସଂପାଦନ କରିଥିଲେ । ଏହି ଶିବିରରେ ମୋଟ ୨୮୭ ଜଣ ରେଜିଷ୍ଟ୍ରି କରିଥିବା ବେଳେ ୮୧ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ୫୯ ଜଣ ଅଯୋଗ୍ୟ ଘୋଷିତ ହୋଇଥିଲେ ଏବଂ ୧୫୭ ଟି ଅପାଙ୍ଗ କେନ୍ଦ୍ର ଦ୍ୱାରା ବିଚାରାଧିନ ଭାବେ ରଖାଗଲା । ଏହି ଶିବିରରେ ଗୋଟିଏ ତିନି ଚକିଆ ସାଇକେଲ, ୬ ଟି ହୁଇଲ୍ ଚେୟାର, ଗୋଟିଏ ଆଶାବାଡ଼ି, ଅନ୍ଧ ବାଡ଼ି ଗୋଟିଏ, କହୁଣି ଆଶାବାଡ଼ି ଗୋଟିଏ ପ୍ରଦାନ କରାଯାଇଛି । ଆୟୋଜିତ ଶିବିରକୁ ଟିକାବାଲି ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ଆଲିଶା ବିଶୋଇ, ସହକର୍ମୀ ସମିର କୁମାର ଚୌଧୁରୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଟିକାବାଲି ବ୍ଲକର ସମସ୍ତ କର୍ମଚାରୀ ସୂଚାରୁରୂପେ ତୁଲେଇବା ନିମନ୍ତେ ସହଯୋଗ କରିଥିଲେ । ଏଥିରେ ବ୍ଲକର ସମସ୍ତ ସରପଂଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।