କନ୍ଧମାଳରେ ଅନୁଷ୍ଠିତ ହୋଇଛି ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା…

କନ୍ଧମାଳ, ୩୦/୧୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ କରନେସନ୍ ପଡ଼ିଆରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ନେତୃରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବିଧାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ । ସେହିପରି କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟରତ ମତ୍ସ୍ୟ ଅଧିକାରୀ , ପ୍ରାଣୀ ଅଧିକରୀମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ ଯୋଗ ଦେଇ ମାଛ ଚାଷ, ଛେଳି ଚାଷ, କୁକୁଡ଼ା ଚାଷ, ଗୋ ପାଳନ ଆଦି ବିଷୟରେ ଶିକ୍ଷାଲାଭ କରିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କର୍ମଚାରୀ ମାନେ ତଥା ମତ୍ସ୍ୟ ବିଭାଗର ଷ୍ଟେଟ୍ କୋଡ଼ିନେଟର ମାଝୀ ଷ୍ଟୋଲ୍ ଯୋଗେ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ମା ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି । ପୂର୍ବ ପ୍ରସ୍ତୁତି ପ୍ରତିଯୋଗିତାରେ ଉତୀର୍ଣ୍ଣ ହେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଣୀ ଚିକିତ୍ସା ବିଭାଗ ଓ ମତ୍ସ୍ୟ ବିଭାଗ ତରଫରୁ ପୁରସ୍କାର ବିତରଣ କରାଯାଇଛି ।