୩ ରୁ କେଶଦୁରାପାଳ ଆଂଚଳିକ ବାଲିଯାତ୍ରା…

ଘସିପୁରା, ୨୯/୧୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ୍ କେଶଦୁରାପାଳ ଗ୍ରାମରେ ଆସନ୍ତା ୩ ତାରିଖରୁ ଅନୁଷ୍ଠିତ ହେବ ବାଲିଯାତ୍ରା । ଏଥିପାଇଁ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଆଠଦିନ ଧରି ବାଲିଯାତ୍ରା ଆୟୋଜିତ ହେବ ବୋଲି କହିଛନ୍ତି କମିଟି ସଭାପତି ଭିକାରି ଚରଣ ବିନ୍ଧାଣୀ । ବାଲିଯାତ୍ରାରେ ଶହେରୁ ଉର୍ଦ୍ଧ୍ୱ ଷ୍ଟଲ୍ ସହ ମୀନାବଜାର, ଦୋଳି ଲାଗିବ । ଏହାସହ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ହରିପ୍ରସାଦ ମିଶ୍ର କହଛନ୍ତି । ଆୟୋଜିତ ପ୍ରସ୍ତୁତି ବୈଠକରେ ଉପସଭାପତି ବିଶ୍ୱନାଥ ଓଝା, ପର୍ଶୁରାମ ମହାରଣା, ଶିକ୍ଷାବିତ୍ ଆକାଶ ରଥ, ନାରାୟଣ ଦାସ, ନବୀନ ଚନ୍ଦ୍ର ବିନ୍ଧାଣୀ, ଟିଟୁ ବିନ୍ଧାଣୀ, ପ୍ରଶାନ୍ତ ଓଝା, ଲୋକନାଥ ମିଶ୍ର, ବିଦ୍ୟାଧର ସୂତାର, ଶ୍ରୀଧର ମିଶ୍ର, ଅବିନାଶ ଶତପଥୀ, ସ୍ମୃତିରଂଜନ ବିହାରୀ, ପ୍ରଭାତ ନାୟକ, ଝୁଲିଆ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।