ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ…

କୋରାପୁଟ, ୨୯/୧୧ (ସୁନୀଲ ଦାଶ) : ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ରିଲାଏନ୍ସ ନାମକ ବସରେ କଟକ ନିଜ ଘରକୁ ଯାଉଥିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ । ବସରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ନଗଦ ଜବତ କରିଛି ଜୟପୁର ଭିଜିଲାନ୍ସ । ଏତେ ପଇସା ସେ କୁଆଡେ ଏବଂ କାହିଁକି ନେଉଥିଲେ ତାହା ସନେ୍ଦହ ଘେରରେ । ଏ ନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜୟପୁର ଭିଜିଲାନ୍ସ ଟିମ୍ । ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି କିଛିଦିନ ପୂର୍ବେ ବୈପାରୀଗୁଡା ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ । ଭିଜିଲାନ୍ସ ଟିମ୍ ସୁଶାନ୍ତଙ୍କ କଟକ ପୋଲିସ ଲାଇନ ସ୍ଥିତ ମହିଳା ଥାନା ପଛ ସରକାରୀ ବାସଭବନରେ ଚଢାଉ କରିଥିଲେ ଏବଂ ସେଠାରୁ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲା । ଚଢାଉରେ ସର୍ବମୋଟ ୨୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରିବାର ସୂଚନା ମିଳିଛି । ଏପରିକି ଆଇଆଇସିଙ୍କ ଚାମ୍ବରରୁ ମଧ୍ୟ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।