ଓଡିଶା କଳା ସଂସ୍କୃତି

ଫୁଲବାଣୀ ଅରବିନ୍ଦ ନଗରରେ ନାମ ଯଜ୍ଞ ଅନୁଷ୍ଠିତ

କନ୍ଧମାଳ, ୨୯/୧୧ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅରବିନ୍ଦ ନଗରରେ ନାମ ସଙ୍କୀର୍ତନ ଅନୁଷ୍ଠିତ ହୋଇଯାଇଛି । ଯୁବ ଜିଲ୍ଲା ସାମ୍ବାଦିକ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ଗ୍ରାମ ପଂଚାୟତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଭୋଳେଶ୍ୱର ମହାଦେବ ଓ ପ୍ରସିଦ୍ଧ ମାଁ ପଶ୍ଚିମ କାଳୀ ଏବଂ ପ୍ରସିଦ୍ଧ ମାଁ ସୂର୍ଯ୍ୟ କାଳୀଙ୍କ ନାମରେ ଏକ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୪୫୦ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ନାମ ଯଜ୍ଞରେ ଫୁଲବାଣୀ ସହରର ଅରବିନ୍ଦ ନଗରରୁ ଦୁଇଟି ନାମ ସଙ୍କୀର୍ତନ ଯୋଗ ଦେଇଥିଲେ । ହୋମ ଯଜ୍ଞରେ କର୍ତା ଭାବେ ସାମ୍ବାଦିକ ଅଶୋକ କୁମାର ମିଶ୍ର ଯୋଗ ଦେଇଥିବାବେଳେ ଫୁଲବାଣୀର ସହରର ଦଧିବାମନ ମନ୍ଦିରର ପୂଜକ ଶ୍ରୀକାନ୍ତ ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ଭାଳିଥିଲେ । ରତଙ୍ଗର ମାଁ କାଳୀ ମନ୍ଦିରର ପୂଜକ ବିମଳ କିଶୋର ମହାଙ୍କୁଡ ଓ ଶିବ ମନ୍ଦିରର ପୂଜକ ଭଗବାନ ମହାପାତ୍ର ଏହି ଅବସରରେ ଉପସ୍ଥିତ ରହି ପୂଜା କର୍ମଣ ଦାୟିତ୍ୱ ବହନ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା