ରାସ ଉତ୍ସବର ଅନ୍ତିମ ପର୍ବ ଅବସରରେ ଉତ୍ସବ ମୁଖର ରାଧାମାଧବ ମଠ…

ସାଲେପୁର, ୨୭/୧୧ (ଅଭୟ ଜେନା) : ପବିତ୍ର ପଞ୍ଚକ ବ୍ରତ ଉପଲକ୍ଷେ ସପ୍ତାହ ବ୍ୟାପୀ ରାସ ଉତ୍ସବର ଅନ୍ତିମ ପର୍ବ କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବ ମୁଖର ହୋଇଛି ଜନାର୍ଦ୍ଦନପୁର ଓ କଳମିଶ୍ରି ପଞ୍ଚାୟତ । ସ୍ଥାନୀୟ ରାଧାମାଧବ ପୀଠରେ ସପ୍ତାହ ବ୍ୟାପୀ ଶ୍ରୀମଦଭାଗବତ ପରାୟଣ ଓ ଶରଦ ରାସ ଅନୁଷ୍ଠିତ ହୋଇଯାଇଛି । ରାଧାମାଧବ ମଠ ଆନୁକୂଲ୍ୟରେ ମହନ୍ତ ଶ୍ରୀ ବିପ୍ର ଚରଣ ଦାସଙ୍କ ତତ୍ୱାବଧାନରେ ଵିଧି ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ରାସ ପୂର୍ଣ୍ଣିମା ଉପଲକ୍ଷେ ଭଜନ କୀର୍ତ୍ତନ, ପାଲା ଗାୟକଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଦାମୋଦରପୁରସ୍ଥିତ ପଞ୍ଚାୟତ କଳାପରିଷଦ ତତ୍ୱାବଧାନରେ ପ୍ରଭାତରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ପାଇଁ ହବିଷ ପ୍ରସାଦ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସହାୟତା କରିଥିଲେ ।