‘ଚିହିଲି’ ପ୍ରଦାନ କରିବ ଡିଜାଇନର ପୋଷାକର ଭିନ୍ନ ଅଭିଜ୍ଞତା…

ଭୁବନେଶ୍ୱର, ୨୭/୧୧ (ଅଭିଜିତ୍ ସିଂ) : ଶୁଭାରମ୍ଭ ହେଲା ଚିହିଲି, ଓଡ଼ିଶାର ଏକ ପ୍ରିମିୟମ୍ ପର୍ସନାଲାଇଜଡ୍ ଡିଜାଇନର୍ ପୋଷାକ ବ୍ରାଣ୍ଡ ଯାହା ବର୍ତମାନ ଏକ ଟେକ୍-ଆଧାରିତ ଭର୍ଚୁଆଲ୍ ଷ୍ଟୋର www.chihili.com ମାଧ୍ୟମରେ ଉପଲବ୍ଧ ରହିବ । ଚିହିଲି ପ୍ରସ୍ତୁତ ଡିଜାଇନର୍ ପୋଷାକଠାରୁ ଆରମ୍ଭ କରି, ନିଜେ ଡିଜାଇନ୍ କରିବାକୁ କିମ୍ବା ଚିହିଲିର ଡିଜାଇନର୍ ମାନଙ୍କ ଦ୍ୱାରା ତିଆରି କିମ୍ବା ଉପଲବ୍ଧ ଡିଜାଇନ୍ ସବୁ ମିଳିବ ‘ଚିହିଲି’ ଭର୍ଚୁଆଲ୍ ଷ୍ଟୋରରେ ଯାହା ପ୍ରତି ଗ୍ରାହକଙ୍କ ଦୃଷ୍ଟିକୁ ନିଶ୍ଚୟ ଆକର୍ଷିତ କରିବ । ଗ୍ରାହକମାନେ ଉପଯୁକ୍ତ ମୂଲ୍ୟରେ ନିଜ ପସନ୍ଦର ଡିଜାଇନର୍ ପୋଷାକ ସୁବିଧାରେ ପାଇ ପାରିବେ ।
ମୂଲ୍ୟରେ ସ୍ୱଚ୍ଛତା ଆଣିବା, ଗ୍ରାହକମାନଙ୍କୁ ସେମାନଙ୍କର ନିଜସ୍ୱ ଡିଜାଇନର୍ ହେବାକୁ ଉତ୍ସାହିତ କରିବା, ସେମାନଙ୍କର ଡିଜାଇନ୍ ଚିନ୍ତାଧାରାକୁ ଉଜ୍ୱଳ କରିବାରେ ସାହାଯ୍ୟ କରିବା, କପଡା ପସନ୍ଦ କରିବା ଏବଂ ଭର୍ଚୁଆଲ୍ ଷ୍ଟୋରରୁ ଅର୍ଡର କରିବା ପରି ବହୁ ସୁବିଧା ମିଳିବ ‘ଚିହିଲି’ ଭର୍ଚୁଆଲ୍ ଷ୍ଟୋରରେ ଉପଲବ୍ଧ । ଏହା ସହିତ ପ୍ରତ୍ୟେକ ସପ୍ତାହରେ ସ୍ୱତନ୍ତ୍ର ଅଫ,ର୍ ନୂତନ ଯୁଗର ନୂଆ ନୂଆ ଡିଜାଇନ୍ ସହିତ ନିୟମିତ ଭାବରେ ଅପଡେଟ୍ ମଧ୍ୟ ମିଳିବ ।
ଚିହିଲିରେ ହସ୍ତତନ୍ତ କାର୍ଯ୍ୟଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଭାବରେ ବୁଣା ଯାଇଥିବା ହ୍ୟାଣ୍ଡଲୁମ୍ ଏବଂ ପ୍ରିଂଟ୍୍ ସହିତ ଗୁଣାତ୍ମକ କପଡା ଯାହା ବିଶ୍ୱ ବଜାର ରେ ମଧ୍ୟ ଆଦୃତ ହୋଇପାରିବ । ଆହୁରି ଗ୍ରାହକମାନେ ଆମର ଫ୍ୟାଶନ୍ ଡିଜାଇନର ମାନଙ୍କ ସହିତ ଇ-ମିଟ୍ ନିର୍ଦ୍ଧାରଣ କରିପାରିବେ ଯେଉଁଠି ସେମାନଙ୍କ କପଡା ପସନ୍ଦ ଓ ପୋଷାକର ଡିଜାଇନ୍ ଉପରେ ସମ୍ପୂର୍ଣ ଆଲୋଚନା କରାଯିବ ।
ଏହି ମହିଳା ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍ ବର୍ତମାନ ରାଜ୍ୟ ପୋଷାକ ବଜାରରେ ଏକ ପରିବର୍ତନର ସ୍ୱର ଭାବରେ ଠିଆ ହେବ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଓ ଡିଜାଇନସ ର୍ ଶିବାନୀ ପଣ୍ଡା । ତାଙ୍କ ସହ ଅଛନ୍ତି ସିଭିଲ୍ ଇଞ୍ଜିନିୟର ଓ ଡିଜାଇନସ ର୍ ଲିପିକା ମିଶ୍ର । ଏହି ଦୁଇ ଜଣ ରାଜ୍ୟର ଲୋକପ୍ରିୟ ଡିଜାଇନର୍ ମାନଙ୍କ ମଧ୍ୟରୁ ଜଣେ ଜଣେ ଯେଉଁମାନେ ଅଗ୍ରଣୀ ଓଡିଆ ମନୋରଞ୍ଜନ ଓଟିଟିର ଅନେକ ୱେବ୍ ସିରିଜ୍ ପାଇଁ ଫ୍ୟାସନ୍ ଡିଜାଇନରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରୁଥିବା ଉଦ୍ୟୋଗୀ ରୁନୁରାଣୀ ଜେନା, ଯାହାଙ୍କର ଫ୍ୟାସନ୍ ଡିଜାଇନ୍ ଏବଂ କପଡା କ୍ଷେତ୍ରରେ ୧୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ପାରମ୍ପରିକ ଭାରତୀୟ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ସହ ସମସାମୟିକ ଡିଜାଇନ୍ ସହିତ ମିଶ୍ରଣ କରି ସେ ବହୁତ ଲୋକପ୍ରିୟତା ପାଇଛନ୍ତି । ଯୁବ ଫ୍ୟାଶନ୍ ଡିଜାଇନର୍ ସୁଭଶ୍ରୀ ପରିଡା, ଜଣେ ସଫଳ ଉଦ୍ୟୋଗୀ ଓ ତାଙ୍କ ସହ ସଫଳ ଉଦ୍ୟୋଗୀ ଜିମୁତ ପାଟଜୋସି, ସୋନି ପିକ୍ଚର୍ସ ନେଟୱାର୍କ, ଡିଜନି ,ବ୍ରଡକାଷ୍ଟର ଏବଂ ଅନ୍ୟାନ୍ୟ ଏଫଏମସିଜି ବ୍ରାଣ୍ଡ ସହିତ କାର୍ଯ୍ୟ କରିବାର ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରଖିଛନ୍ତି ।