ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଭିତରେ ପ୍ରସ୍ଫୁଟିତ ହେଲା ଜୀବନଧାରା…

ମାହାଙ୍ଗା, ୨୭/୧୧ (ଅଭୟ ଜେନା) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ମହାନ୍ତି ସାହିସ୍ଥିତ ହରି ଗୋସ୍ୱାମୀ ସାଂସ୍କୃତିକ ସଂସଦ ପକ୍ଷରୁ ମୁରୁଜ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର କିଶୋରୀ ଏବଂ ଯୁବତୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଏହି ପ୍ରତିଯୋଗିତାରେ ପ୍ରିୟଙ୍କା ସାମଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ବନ୍ଦିତା ମହାନ୍ତି ଦ୍ୱିତୀୟ ଏବଂ ମନୀଷା ମହାନ୍ତି ତୃତୀୟ ସ୍ଥାନ ହାସଲ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ସଭାପତିତ୍ୱ କରିଥିଲେ l
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ ତଥା ବରିଷ୍ଠ ନାଗରିକ ପୁନାନନ୍ଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ବୋଇତ ବନ୍ଦାଣ ଉତ୍ସବ ଉପରେ ଆଲୋଚନା କରିଥିଲେ l ଏଥିରେ ରାଜ୍ୟ ସରକାରଙ୍କ ଖଣି ବିଭାଗର ପ୍ରାକ୍ତନ ଅଧିକାରୀ ସୁଧୀର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ମୁରୁଜ ଦ୍ୱାରା ବିଭିନ୍ନ ଝୋଟି ଚିତ୍ର ଆଙ୍କି ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଭିତରେ ଆମ ଜୀବନ ଧାରାକୁ ପ୍ରସ୍ଫୁଟିତ କରିପାରିଥିବା ପ୍ରତିଭାଧାରୀଙ୍କୁ ଅତିଥିମାନେ ପ୍ରଶଂସା କରିଥିଲେ l
କାର୍ଯ୍ୟକ୍ରମରେ ବସନ୍ତ କୁମାର ମହାନ୍ତି, ସଚିତ୍ର ମହାନ୍ତି, ବିଚିତ୍ର ମହାନ୍ତି, ଅକ୍ଷୟ ମହାନ୍ତି, ପ୍ରମୋଦ ମହାନ୍ତି, ପ୍ରତାପ ମହାନ୍ତି, ଜଗବନ୍ଧୁ ମହାନ୍ତି, ଜୟଦେବ ମହାନ୍ତି, ଭାଗ୍ୟଧର ମହାନ୍ତି, ସୌମ୍ୟରଂଜନ ସାମଲ, ପ୍ରଶାନ୍ତ କୁମାର ମହାନ୍ତି, ବର୍ଷାରାଣୀ ବଳ, ନୀତିଶ ସାମଲ, ସତ୍ୟ ରଞ୍ଜନ ସାମଲ, ତପନ ମହାନ୍ତି, ହରେକୃଷ୍ଣ ମହାନ୍ତି, ପ୍ରିୟାଂଶୁ ମହାନ୍ତି, ଦେବ ପ୍ରସାଦ ଖୁଣ୍ଟିଆ ପ୍ରମୁଖ ଏହି ମୁରୁଜ ପ୍ରତିଯୋଗିତା ଓ ପୁରସ୍କାର ପ୍ରଦାନ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l