ଶ୍ରୀକୃଷ୍ଣ ଏକାଡ଼େମୀର ପ୍ଲାଟିନମ୍ ଜୁବିଲି ଉଦଘାଟିତ…

ଜଗତସିଂହପୁର, ୨୬/୧୧ (ରୀତା ସାହୁ) : ଜଗତସିଂହପୁର ସଦର ସ୍ଥିତ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡ଼େମୀର ପ୍ଲାଟିନମ୍ ଜୁବିଲି ସମାରୋହ ଉଦଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବରେ ସ୍ଥଳ ସେନାର ପ୍ରାକ୍ତନ ଲେଫଟନାଂଟ୍ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଉଦଘାଟନ କରିଥିଲେ । ପୁରାତନ ଛାତ୍ର ସଂସଦ ସଭାପତି ଡ଼ ଅଭୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଖାଉଟି, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନନୀୟ ଅତିଥି ଭାବରେ ସରକାରୀ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା ରାଜଶ୍ରୀ ମଲ୍ଲିକ, ସାଂସଦ ଅଚ୍ୟୁତ ସାମନ୍ତ, ବିପ୍ଳବ ଚୌଧୁରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଗ୍ରାମାଂଚଳରେ ଶିକ୍ଷାର ବିକାଶ ଓ ଇଂଟରନେଟ୍ ଯୁଗରେ ଛାତ୍ରଛାତ୍ରୀ ମାନେ ନିଜକୁ ସେହିଭଳି ଭାବରେ ଗଢିତୋଳିବା ଉପରେ ଗୁରୁତ୍ୱ ଦେଇଥିଲେ । ପରେ ପ୍ଲାଟିନମ ଜୁବୁଲି କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।