ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପାରାଦ୍ୱୀପରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପାରାଦ୍ୱୀପ, ୨୬/୧୧ (ରୀତା ସାହୁ) : ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ଅର୍ଥାତ୍ ନଭେମ୍ବର ୨୭ ତାରିଖରେ ପାରାଦ୍ୱୀପ ଗସ୍ତରେ ଆସୁଛନ୍ତି ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ରାଷ୍ଟ୍ରପତିଙ୍କ ଗସ୍ତ ଜନିତ ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ପାରାଦ୍ୱୀପ କେନ୍ଦ୍ରାଂଚଳ ଆଇଜି ଆଶିଷ କୁମାର ସିଂ । କାର୍ତିକ ପୂର୍ଣ୍ଣମୀ ଅବସରରେ ପାରାଦ୍ୱୀପ ବନ୍ଦର ତରଫରୁ ଆୟୋଜିତ ବୋଇତବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ଏ ନେଇ ଗତ ୨୫ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଏକ ରିହରସେଲ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏକ ସ୍ପେଶାଲ ଟିମ୍ ହେଲିକାପ୍ଟର ଲ୍ୟାଣ୍ଡ କରିବା ପାଇଁ ସଜାଗ ରହିଛି । ଏଥିସହିତ ରାଷ୍ଟ୍ରପତିଙ୍କ ଗସ୍ତ ଜନିତ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମସ୍ତ ବିଭାଗ ସଜାଗ ରହିବା ସହିତ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ସୁବନେ୍ଦାବସ୍ତ କରାଯାଇଥିବା କେନ୍ଦ୍ରାଂଚଳ ଆଇଜି ପ୍ରକାଶ କରିଛନ୍ତି ।