ଭୋଗରାଇରେ ବିଜେପିର ଧାରଣା

ଭୋଗରାଇ, ୨୬/୧୧ (ମିତା ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ କାର୍ଯ୍ୟ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଥାନାଛକଠାରୁ ଏକ ରାଲି ବାହାରି ବ୍ଲକ ପର୍ଯ୍ୟନ୍ତ ପହଂଚି ସେଠାରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛ । ରାଜ୍ୟ ବିଜେପି ସଭାପତିଙ୍କ ଆହ୍ୱାନ କ୍ରମେ ଓଡ଼ିଶା ସରକାରଙ୍କ ମନମୁଖୀ କାର୍ଯ୍ୟ ଓ ସରକାରୀ କର୍ମଚାରୀଙ୍କ ଶାସକ ଦଳ ପ୍ରୀତିକୁ ବିରୋଧ କରି ସାରା ଓଡ଼ିଶାର ସମସ୍ତ ବ୍ଲକ୍ ସମ୍ମୁଖରେ ଭ୍ରଷ୍ଟାଚାର ହଟାଓ ସମାବେଶ ଅନୁଷ୍ଠିତ ହେଉଥିବାବେଳେ ଭୋଗରାଇ ବିଜେପି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ବହୁ ଯୁବ ନେତୃତ୍ୱ ଆସି ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।