ନାରାୟଣ ଜୁଏଲରୀ ସୋରୁମର ଉଦ୍ଘାଟନ

ଭୁବନେଶ୍ୱର, ୨୬/୧୧ (ଅଭିଜିତ୍ ସିଂ) : ସୁନା ଗହଣା କ୍ରୟ ଏବଂ ବିକ୍ରୟରେ ୩୦ବର୍ଷର ଅଭିଜ୍ଞତା ସହ ପ୍ରଥମ ଥର ପାଇଁ ରିଟେଲ କ୍ଷେତ୍ରରେ ପାଦ ଥାପିଛନ୍ତି ନାରାୟଣ ଜୁଏଲର୍ସ । ସ୍ଥାନୀୟ ଅଶୋକନଗର ଜନପଥଠାରେ ଏହାର ନୂତନ ସୋରୁମ୍ ଖୋଲାଯାଇଛି । ନାରାୟଣ ଜୁଏଲର୍ସର ମ୍ୟାନେଜିଂ ପାର୍ଟନ ଦିଲ୍ଲୀପ କୁମାର ପାତ୍ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ନିଜର ଅତ୍ୟାଧୁନିକ ସୋରୁମ ଉଦ୍ଘାଟନ କରିଛନ୍ତି । ୩୦୦୦ ସ୍କୋୟାରଫୁଟ ସ୍ଥିତ ଏହି ସୋରୁମରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ତଥା ଚମକ୍ରାର କାରୁକାର୍ଯ୍ୟରେ ଭରା ସୂକ୍ଷ୍ମ ଅଳଙ୍କାରମାନ ପ୍ରଦାନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଏହି ଅବସରରେ ନାରାୟଣ ଜୁଏଲର୍ସର ମ୍ୟାନେଜିଂ ପାର୍ଟନ ଦିଲ୍ଲୀପ କୁମାର ପାତ୍ର କହିଛନ୍ତି, ଭୁବନେଶ୍ୱରରେ ଆମର ବ୍ୟବସାୟ କରିବାର ଦୀର୍ଘ ୩୦ବର୍ଷର ଅଭିଜ୍ଞତା ରହିଛି । ପ୍ରଥମ ରିଟେଲ୍ କ୍ଷେତ୍ରରେ ନୂତନ ସୋରୁମ ଖୋଲିଥିବାରୁ ବହୁତ ଆନନ୍ଦିତ । ଆମ ବ୍ରାଣ୍ଡ ସର୍ବଦା ଆପଣଙ୍କ ସହିତ ଛିଡା ହୋଇଛି । ଅପୂର୍ବ କାରିଗରୀ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଆମେ ପରିଚିତ । ଯେଉଁମାନଙ୍କର ଏହିଭଳି ସୂକ୍ଷ୍ମ ଅଳଙ୍କାର ପ୍ରତି ରୁଚି ରହିଛି ସେମାନେ ଆମ ରିଟେଲ ସୋରୁମରେ ସମସ୍ତ ପ୍ରକାରର ଉତ୍ପାଦ ପାଇପାରିବେ । ଆମ ସୋରୁମରେ ଯତ୍ନର ସହିତ ଚୟନ କରାଇଥିବା ସର୍ବୋତମ ହୀରା, ରତ୍ନ ପଥର ଏବଂ ମୂଲ୍ୟବାନ ଧାତୁରେ ସୁସଜ୍ଜିତ ମୁଦି, ହାର, କାନଫୁଲ, ଚୁଡି ଏବଂ ବ୍ରେସଲେଟ ଆଦି ଅନ୍ତର୍ଭୁକ୍ତ ।

ଗ୍ରାହକମାନେ ନିଜ ସଚଂୟକୁ ନାରାୟଣ ସଂଚୟ ଯୋଜନା ମାଧ୍ୟମରେ ସୁରକ୍ଷିତ ରଖିପାରିବେ । ମାସକୁ ମାତ୍ର ୧୦୦୦ଟଙ୍କାଠାରୁ ଆରମ୍ଭ କରି ଏହି ସ୍କିମ ଦ୍ୱାରା ନିଜର ସ୍ୱପ୍ନ ପୁରଣ କରିପାରିବେ । ୧୦/୨୦ ମାସ ଲାଭ ଟଙ୍କା ଜମାରଖିବା ଦ୍ୱାରା ୧/୨.୫ ମାସର କିସ୍ତିରେ ଛାଡ ମିଳିବ ଯାହା ଦ୍ୱାରା ଆପଣ ୧୧/୨୨ ମାସ ପରେ ସୁନାଗହଣା କ୍ରୟ କରିପାରିବେ । ଉଦ୍ଘାଟନୀ ଅଫର ହେଉଛି ସୁନା ଉପରେ ଏହାର ମେକିଙ୍ଗ୍ ଚାର୍ଜ ମାତ୍ର ୨୯୯ ଟଙ୍କାରୁ ଆରମ୍ଭ । ସୁନା ବଦଳାଇବାରେ କୌଣସି ଅଧିକ ଚାର୍ଜେସ ଲାଗିବ ନାହିଁ । ରୂପାର ଅଳଙ୍କାରରେ କୌଣସି ମେକିକିଂ ଚାର୍ଜ ନାହିଁ । ପ୍ରତି ସୁନାର କ୍ରୟରେ ୧ଗ୍ରାମର ରୂପା କଏନ୍ ମାଗଣା ମିଳିବ ।