କୋଠପଦାରେ ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କଲେ ବଦାନ୍ୟ ବ୍ୟକ୍ତି…

ସାଲେପୁର, ୨୬/୧୧ (ଅଭୟ ଜେନା) : କୁହୁଣ୍ଡା ପଂଚାୟତ କୋଠପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟିବା ଫଳରେ ଗ୍ରାମର ପାଣୁ ପୃଷ୍ଟି ଓ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ନିଆଁ ଲାଗି ଘର ଭିତରେ ଥିବା ସମସ୍ତ ଆସବାପତ୍ର ଜଳି ଯାଇଛି । ତେବେ ଘଟଣାରେ ପରିବାରର ସଦସ୍ୟମାନେ ସୁରକ୍ଷିତ ଥିବା ଜଣା ପଡିଛି । ଏ ନେଇ ମାହାଙ୍ଗା ତହସିଲ ପକ୍ଷରୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ କ୍ଷୀରୋଦ ସାହୁଙ୍କ ତଦନ୍ତ ରିପୋର୍ଟ ଆଧାରରେ ବିପନ୍ନଙ୍କୁ ପାଲ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଅଗ୍ନି ବିପନ୍ନଙ୍କୁ ଭେଟି ଆର୍ଥôକ ସହଯୋଗ ପ୍ରଦାନ କରିବା ଦେଖିବାକୁ ମିଳିଛି । ସେହିପରି ଯୁବ ସମାଜସେବୀ ଶୋଭନ କରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇଥିବା ମଧ୍ୟ ଜଣାପଡିଛି । ପଂଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ସାମ୍ବାଦିକ ଅଖିଳେଶ ମହାନ୍ତି, ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର, ସୁଶାନ୍ତ ଦାସ, ଅଭିମନୁ୍ୟ ସାମଲ, ବାସବ ବେହେରା, ସରୋଜ ଦାସ, ଗଣେଶ ବିହାରୀ, ଦୀପକ ରଂଜନ ଦାସ, କେଦାରେଶ୍ୱର ପୁହାଣ, ସୁଧାଂଶୁ ପାଣି, ସୁମନ୍ତ ପଲେଇ, ମନୋଜ ପରିଡା, ପ୍ରକାଶ ବେହେରା, ରବୀନ୍ଦ୍ର ପୃଷ୍ଟି, ଟୁଲୁ ବେହେରା ପ୍ରମୁଖ ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତ ପରିବାରକୁ ସରକାର ପକ୍କାଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।