ଉଚ୍ଚଶିକ୍ଷା, କ୍ରୀଡା ଓ ସସ୍କୃତି ବିଭାଗ ସଂଯୋଜନାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ…

ଘସିପୁରା, ୨୬/୧୧ (ନି.ପ୍ର.) : ଘସିପୁରା ବ୍ଲକ ସାଇଁକୁଳ ସ୍ଥିତ ପତିତପାବନ ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ସସ୍କୃତି ବିଭାଗ ସଂଯୋଜନାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପତିତପାବନ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ସମ୍ମାନୀତ ଅତିଥି ଭାବେ ସାଇଁକୁଳ ସରପଂଚ ମିରାରାଣୀ ନାୟକ, +୩ କଲେଜ ପରିଚାଳନା ସମିତିର ସଭାପତି ଚିନ୍ତାମଣୀ ଜେନା, ମହାବିଦ୍ୟାଳୟର ଓଏସଡି ରାଜେନ୍ଦ୍ର କୁମାର ରାଉତ, +୩ ଅଧ୍ୟକ୍ଷ ଶରତ କୁମାର ଜେନା ପ୍ରମୁଖ ଯୋଗଦାନ କରି ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଊଦଘାଟନ କରିଥିଲେ । ଉତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ଝୋଟି ଚିତା ଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ କରାଯିବା ସହ ସ୍ୱାଗତ ସଙ୍ଗୀତ ଓ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ସମାଜତତ୍ୱ ଅଧ୍ୟାପକ ଜ୍ଞାନରଂଜନ ଜେନା ଅତିଥି ପରିଚୟ ପରେ ସଭାପତି ସ୍ୱାଗତ ଅଭିଭାଷଣ ରଖିବା ସହ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଗୂରୂତ୍ୱ ସହ ଓଡିଶା ସରକାରଙ୍କ ଦ୍ୱାରା “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଜରିଆରେ ଯୁବ ଗୋଷ୍ଠୀଙ୍କ ସାମଗ୍ରୀକ ବିକାଶ ଦିଗରେ ସହାୟକ ହେବ ବୋଲି କହିଥିଲେ ।
ଏହି ଅବସରରେ ଓଏସଡି ଶ୍ରୀ ରାଉତ ମହାବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପରେ ଅତିଥିଙ୍କ ଦ୍ୱାରା ମଶାଲ ପ୍ରଜ୍ୱଳନ କରାଯିବା ସହ କ୍ରୀଡା ପତାକା ଉତୋଳନ କରାଯାଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ଡ.ନରେନ୍ଦ୍ର କୁମାର ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ /ଅଧ୍ୟାପିକା, କର୍ମଚାରୀ, ଏନସିସି କ୍ୟାରେଡ୍ ସହିତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ମହାବଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।