ଓଡିଶା ବ୍ୟବସାୟ

ଆଇଟିସି ଭିଭେଲର ନୂଆ କ୍ୟାମ୍ପେନରେ ସୋନମ୍ କପୁର

କଟକ, ୨୬/୧୧ (ଅଭିଜିତ୍ ସିଂ) : ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ ଦୁନିଆରେ ପ୍ରବେଶ କରିଛନ୍ତି । ବ୍ରାଣ୍ଡ ଡେଭିଡ୍ ଦ୍ୱାରା ପରିକଳ୍ପିତ ଏହି କ୍ୟାମ୍ପେନକୁ ଏଭଳି ଏକ ପୃଷ୍ଠଭୂମି ଉପରେ ପ୍ରସ୍ତୁତ କରାଯାଇଛି ଯାହା ଭିଭେଲର ଷ୍ଟାର ଉପାଦାନ ଆଲୋବେରାକୁ ଆଲୋକିତ କରିବା ସହିତ ସତେଜତା ନିସୃତ କରୁଛି । ସୋନମଙ୍କ ସହ ନିର୍ମିତ ଏହି ଫିଲ୍ମଟି ଭିଭେଲ୍ ଆଲୋବେରା ସାବୁନର କୋମଳ ଓ ପୋଷଣଯୁକ୍ତ ଗୁଣଗୁଡିକୁ ଆଲୋକପାତ କରୁଛି ଏବଂ ଏହାକୁ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ପସନ୍ଦ ଭାବେ ଉପସ୍ଥାପନ କରୁଛି । ଆଇଟିସି ଲିମିଟେଡର ପର୍ସନାଲ କେୟାର ପ୍ରଡକ୍ଟସ ବିଜେନେସ ଡିଭିଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସମୀର ଶତପଥୀ କହିଛନ୍ତି, “ଆମେ ଭିଭେଲ ପାଇଁ ସୋନମ୍ କପୁରଙ୍କୁ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିୟୋଜିତ କରି ଖୁବ୍ ଉତ୍ସାହିତ ଅଛୁ । ତାଙ୍କର ପ୍ରକୃତ ଆନନ୍ଦଦାୟକ ବ୍ୟକ୍ତିତ୍ୱ ସହିତ ସେ ବ୍ରାଣ୍ଡ ପ୍ରତି ଏକ ନୂଆ ସତେଜତା ଓ ଉତ୍ସାହ ଆଣିଛନ୍ତି ଏବଂ ପୋଷଣଯୁକ୍ତ ଓ କୋମଳ ତ୍ୱଚାର ଚିନ୍ତାଧାରାକୁ ପରିପୂର୍ଣ୍ଣ କରୁଛନ୍ତି ।”

ଆଇଟିସି ଭିଭେଲ ସହିତ ନିଜର ସହଭାଗିତା ସମ୍ପର୍କରେ ଅଭିନେତ୍ରୀ ସୋନମ୍ କପୁର କହିଛନ୍ତି, “ମୁଁ ଭିଭେଲ୍ର ପ୍ରତିନିଧିତ୍ୱ କରିବା ପାଇଁ ଉତ୍ସାହିତ ରହିଛି କାରଣ ମୁଁ ବ୍ରାଣ୍ଡର ଦର୍ଶନକୁ ପ୍ରତିଧ୍ୱନିତ୍ୱ କରୁଛି । ମୁଁ ସବୁବେଳେ ବିଶ୍ୱାସ କରେ ଯେ, ଯେତେବେଳେ ଆପଣ ପ୍ରକୃତରେ ନିଜ ତ୍ୱଚାର ଯନô ନେବେ ସେତେବେଳେ ଆପଣ ନିଜର ତ୍ୱଚାରେ ଆରାମଦାୟକ ଅନୁଭବ କରିପାରିବେ ଏବଂ ମୁଁ ବିଶ୍ୱାସ କରେ ଯେ, ପ୍ରକୃତିର ଉତମତା ଓ ଏହାର ବଦାନ୍ୟତାରେ ଆମର ତ୍ୱଚାକୁ କୋମଳ ଓ ଜୀବନ୍ତ କରିବା ପାଇଁ ଏକ ମାଧ୍ୟମ ରହିଛି ।”

ଭିଭେଲ ଆଲୋବେରା ସାବୁନ ହେଉଛି ତ୍ୱଚା ପାଇଁ ଏକ ଆନନ୍ଦଦାୟକ ଉପହାର ଯାହାକି ଆଲୋବେରା ଓ ଭିଟାମିନ୍-ଇର ପ୍ରାଚୁର୍ଯ୍ୟତା ଓ ଉତମତାରେ ଭରି ରହିଛି । ଭିଭେଲ୍ ଆଲୋବେରା ରେଞ୍ଜ ସହିତ ପୋଷଣର ଡେଲି ଡୋଜ୍ ସହ ପ୍ରକୃତିର କୋମଳ ସ୍ପର୍ଶକୁ ଧାରଣ କରନ୍ତୁ । ଏହି ରେଞ୍ଜ ସମସ୍ତ ରିଟେଲ ଷ୍ଟୋର ଓ ଇକମର୍ସ ପ୍ଲାଟଫର୍ମରେ ୧୦୦ଗ୍ରାମ ପାଇଁ ୩୦ ଟଙ୍କା, ୫ଟି ୧୦୦ ଗ୍ରାମ ସାବୁନର ଏକ ପ୍ୟାକ୍ ପାଇଁ ୧୦୦ ଟଙ୍କାରେ ଉପଲବ୍ଧ ହେଉଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା