ହିନ୍ଦୋଳ ମହାବିଦ୍ୟାଳୟରେ ୭୫ ତମ ଏନ୍ ସି ସି ଦିବସ ପାଳିତ

ହିନ୍ଦୋଳ, ୨୩/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ପରିସରରେ ୭୫ ତମ ଏନ୍ ସି ସି ଦିବସ ଅନୁଷ୍ଠିତ ହୋଇଛି । ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ହିନ୍ଦୋଳ ଏସ୍.ଡ଼ି.ପି.ଓ ଦୀପକ ରଂଜନ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏନ୍ ସି ସି ପତାକା ଉତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ମାର୍ଗରେ ନିୟୋଜିତ ହୋଇ ଦେଶମାତୃକାର ସେବା କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ପ୍ରାରମ୍ଭରେ ଏନ୍ ସି ସି ଅଫିସର କ୍ୟାପଟେନ ଡ଼. କିଶୋର କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିବା ସହ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ବକ୍ତାଭାବେ ଇଂରାଜୀ ଅଧ୍ୟାପକ ଦିଲ୍ଲୀପ କୁମାର କୁମାର ଗଡ଼ନାୟକ କ୍ୟାଡେଟ ମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୫୦ ଜଣ ଓ ରାସୋଳ ଉଚ୍ଚ ବିଦ୍ୟାଳର ଏନ୍ ସି ସି ଅଫିସର ପୁଷ୍ପାଞ୍ଜଳି ବିହାରୀଙ୍କ ନେତୃତ୍ୱରେ ୫୦ ଜଣ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗର ଉତମ କ୍ୟାଡେଟ ପାଇଁ ଦୁଷ୍ମନ୍ତ ସାହୁ ଓ ବାଳିକା ବିଭାଗର ଉତମ କ୍ୟାଡେଟ ପାଇଁ ବର୍ଷାପ୍ରିୟଦର୍ଶିନୀ ଜେନାଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ସିଲ ପ୍ରଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଲଷ୍ମୀପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ କ୍ୟାଡେଟମାନେ ଚିତାକର୍ଷକ ମନୋରଞ୍ଜନ ଭିତିକ ନୃତ୍ୟ, ଗୀତ ପରିବେଷଣ ସହିତ ବିଭିନ୍ନ ଢଙ୍ଗରେ ରଣକୌଶଳ ପ୍ରଦର୍ଶନ କରିଥିଲେ । ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ପରିବେଶିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ଉତ୍ସବକୁ ଉପଭୋଗ କରିଥିଲେ ।