ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ ପହଁଚିଲେ ଦର୍ଶକଙ୍କ ଘରେ

ଭୁବନେଶ୍ୱର, ୨୩/୧୧ (ଅଭିଜିତ୍ ସିଂ) : ଦର୍ଶକଙ୍କ ଘରେ ପହଂଚିଲେ ମାନିନୀ ଓ ଏଜେ । ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ସର୍ତାବଳୀ ଅନୁଯାୟୀ, ସସ୍ମିତାଙ୍କ ଘରେ ପହଂଚି ତାଙ୍କୁ ପୁରସ୍କୃତ କରିଛନ୍ତି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ୱାରା ଦର୍ଶକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରି ଆସିଛି ଜୀ ସାର୍ଥକ ।
ସେହି ପରିପ୍ରେକ୍ଷିରେ ଜୀ ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇଥିଲେ । ଏବଂ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିଥିଲେ । ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ । ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ ।
ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ କହିଛନ୍ତି ଯେ, ଜୀ ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇପାରିଛି । ଗତ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ପ୍ରତିଯୋଗିତା ହେଉଛି ଏହାର ଉଦାହରଣ । ଆଗକୁ ମଧ୍ୟ ଜୀ ସାର୍ଥକର ଏହି ପରି ଚେଷ୍ଟା ଜାରି ରହିବ ଓ ଦର୍ଶକଙ୍କ ସହିତ ଜୀ ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ ।