ଓଡିଶା

ଛତୁ ଚାଷ କରି ସ୍ୱାବଲମ୍ବୀ ହେବେ ମହିଳା

ଗଜପତି, ୨୩/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟର ନୂତନ କନଫେରାନ୍ସ ହଲରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ସୁଶାନ୍ତ ରଞ୍ଜନ ଦାଶ, ଡି.ଆଇ.ସି ମ୍ୟାନେଜର ସୁନା ରାମ ସିଂ, ଜଳ ଛାୟା ପ୍ରକଳ୍ପ ନିଦେ୍ର୍ଦଶକ ସୁରେଶ କୁମାର ପଟ୍ଟନାୟକ, ଓଏଲ୍ଏମ୍ ର ଡି ପି ଏମ୍, ସହକାରୀ ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ପ୍ରମୁଖ ମଂଚାସିନ ଥିଲେ । ଗୋଷାଣୀ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁମ୍ମା ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିଲ୍ଲୀପ କୁମାର ଡିଙ୍ଗଲ ଛତୁ ଚାଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଶୀନଗର, ଗୁମ୍ମା, ରାୟଗଡ ଓ ଗୋଷାଣୀ ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକ ଦିନିଆ ଛତୁ ଚାଷ ତାଲିମ ପ୍ରଦାନ କରାଯାଇଛି । ଛତୁ ଚାଷ ପ୍ରଶିକ୍ଷଣ ପରେ ମହିଳାମାନେ କିଭଳି ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ଅର୍ଥନୈତିକ ଅଭିବୃଦ୍ଧି କରି ସମାଜର ମୁଖ୍ୟ ସ୍ରୋତରେ ପହଁଚିବେ, ଏହା ସରକାରଙ୍କ ଏକ ପ୍ରୟାସ ବୋଲି ଅତିଥିମାନେ ନିଜର ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା