ରାଜ୍ୟ ସରକାରଙ୍କ ଉପରେ ଗର୍ଜୁଛି ବିଜେପି

କୋଟପାଡ, ୨୨/୧୧ (ସୁନୀଲ ଦାଶ) : ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ ଜାରି ରହିଛି । ଦୁର୍ନୀତି ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଜି ବି ସାରା ରାଜ୍ୟରେ ଗର୍ଜୁଛି ବିଜେପି । ବ୍ଲକ୍ ଏବଂ ଏନଏସି କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀଙ୍କ ସହ ହଲ୍ଲାବୋଲ କରି ରାଜ୍ୟ ସରକାରଙ୍କ ଅପାରଗତାର ପୋଲ୍ ଖୋଲିଛି ବିଜେପି । ରାଜ୍ୟରେ ବେକାରୀ, ଦୁର୍ନୀତି, ପିସି କାରବାର ଓ ଆଇନଶୃଙ୍ଖଳା ବିରୋଧରେ ସାରା ରାଜ୍ୟରେ ଗର୍ଜୁଛନ୍ତି ବିଜେପି ନେତା ଓ କର୍ମୀ । ହେି ପରିପ୍ରକ୍ଷେୀରେ କୋଟପାଡ଼ କେନ୍ଦୁଗୁଡାଠାରୁ ବାହାରି ପ୍ରଥମେ ଏନଏସି ଏବଂ ପରେ ବ୍ଲକ ଅଫିସ ଘେରାଉ କରିଥିଲେ କୋଟପାଡ଼ ବିଜେପି କର୍ମୀ ଓ ନେତା ମାନେ । ଏହି ଅବସରରେ ବିଜେପି ନେତା ଓ କର୍ମୀ ଏକତ୍ରିତ ହୋଇ ଲମ୍ବା ରାଲିରେ ବାହାରି ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ପାର୍ଥୀ ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସମ୍ପାଦକ ରାମେଶ୍ୱର ଜେନାଙ୍କ ସମେତ କୋଟପାଡ଼ ଅଂଚଳର ବହୁ କର୍ମୀ ଯୋଗଦେଇ ଥିଲେ ।