ଓଡିଶା

ଦୁର୍ନୀତିକୁ ମୁଦ୍ଦା କରି ବେଗୁନିଆପଡା ବ୍ଲକ ଘେରାଉ କଲା ବିଜେପି

ବେଗୁନିଆପଡା, ୨୨/୧୧ (ବାପୁନି କୁମାର ମାଲୁ) : ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ ବ୍ଲକରେ ବିଜେପି ପକ୍ଷରୁ ଘେରାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମଧ୍ୟ ବିଜେପି ପକ୍ଷରୁ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶାରେ ପିସି କାରବାର, ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ଉଠାଇଛି ବିଜେପି । ଗତ ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । ତେବେ ଗ୍ରାମାଂଚଳର ବିକାଶ ପାଇଁ ଯାଇଥିବା ଅର୍ଥ ହରିଲୁଟ କରାଯାଉଛି ଓ ଏ ଅର୍ଥରେ ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି । ରାଜ୍ୟ ମହିଳା ଉପସଭାପତି ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତ ନିଜ ବକ୍ତବ୍ୟରେ କହିଲେ ଯେ, ଆବାସ ଯୋଜନା, ଟଙ୍କିକିଆ ଚାଉଳ, ପାଇଖାନା, ଚାଷୀଙ୍କୁ ସହାୟତା ରାଶି ଏ ସମସ୍ତ କେନ୍ଦ୍ର ସରକାର ଦେଉଥିବା ବେଳେ ନବୀନ ବାବୁ ଏହାକୁ ହାଇଜାକ କରି ନିଜେ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଏପରିକି ଆବାସ ଯୋଜନାରେ ଘର ମୋଦି ସରକାର ଦେବାକୁ ଚାହୁଁ ଥିବା ବେଳେ ନବୀନ ବାବୁ ଆବଶ୍ୟକ ନାହିଁ ବୋଲି କହୁଛନ୍ତି ।

ବିଜେପି ନେତା ପ୍ରତାପ ନାୟକ କହିଛନ୍ତି, ହିତାଧିକାରୀଙ୍କ ନାମକୁ ବାରମ୍ବାର ପରିବର୍ତନ କରି ହଜାର ହଜାର କୋଟି ଟଙ୍କା ଦୁର୍ନୀତି କରୁଛନ୍ତି । ବିଧବା ଭତା ପ୍ରଦାନ, ମନରେଗା ଯୋଜନା, ଆବାସ ଯୋଜନାରେ ବ୍ୟାପକ ଦୃର୍ନୀତି ହେଉଛି । ବରିଷ୍ଠ ନେତ୍ରୀ ଅନିତା ସୁଭଦର୍ଶିନୀ ଓ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବର୍ତମାନଠାରୁ ନ ସୁଧୁରିଲେ ଦୁର୍ନୀତିକୁ ମୁଦ୍ଦା କରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରିବାକୁ ବାଧ୍ୟ ହେବୁ । ପରେ ବେଗୁନିଆପଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଁଚି ଦାବିପତ୍ର ଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ପ୍ରଭାକର ପଣ୍ଡା, କୋଦଳା ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ମୀରା ଦେଓ, ଆଲୋକ ଶତପଥୀଙ୍କ ସହ ବହୁ ସଂଖ୍ୟାରେ ବିଜେପି କର୍ମକର୍ତାମାନେ ଉପସ୍ଥିତ ରହି ବ୍ଲକ ଘେରାଉ କରିଥିବା ଦେଖିବାକୁ ମିଳିଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା