ଓଡିଶା

ଅରିଲୋ ରଘୁନାଥଜୀୟୁ ମନ୍ଦିରରେ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଲେପୁର, ୨୨/୧୧ (ଅଭୟ ଜେନା) : ବିରୂପା-ଗେଙ୍ଗୁଟି ଦ୍ୱିପାଂଚଳ ଅନ୍ତର୍ଗତ ଅରିଲୋ ରଘୁନାଥଜୀୟୁ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ରାମଚରିତ ମାନସ ଉତ୍ସବ ଓ ପ୍ରବଚନ ସାଙ୍ଗକୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ଉତ୍ସବରେ ଆଖପାଖ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପ୍ରଭୁ ଶ୍ରୀରାମଙ୍କ ଅମୃତମୟ ଜୀବନ ଦର୍ଶନର ମହନୀୟ ଗାଥା ଓ ଶ୍ରୀମଦ ଭାଗବତ ଦୁର୍ଲ୍ଲଭ କଥାମୃତକୁ ଶବଚ୍ଚ କରିଥିଲେ । ମନ୍ଦିର ପୂଜକ ପଣ୍ଡିତ ପ୍ରକାଶ ଚନ୍ଦ୍ର କରଙ୍କ ତତ୍ୱାବଧାନରେ ରୀତି-ନୀତି ମୁତାବକ ପ୍ରଭୁଙ୍କ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦିତ ହେଉଥିବା ଦେଖିବାକୁ ମିଳଛି । ଏହି ଭାଗବତ ପାରାୟଣ କାର୍ଯ୍ୟରେ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ସହଯୋଗ ପ୍ରଦାନ କରିଥିଲେ । ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟ ଓ ଶୁକଦେବ ସ୍ୱାଇଁଙ୍କ ତତ୍ୱାବଧାନରେ ସପ୍ତାହବ୍ୟାପୀ ମନ୍ଦିର ପ୍ରାଙ୍ଗଣରେ ଭଜନ, କୀର୍ତନ, ଶ୍ରୀମଦ ଭାଗବତ ପାରାୟଣ, ପ୍ରବଚନ ଆଦି ବିବିଧ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରଘୁନାଥଜୀୟୁ ମନ୍ଦିର କମିଟି ସଭାପତି କୃଷ୍ଣ ଚନ୍ଦ୍ର ବାରିକ, ଉପସଭାପତି ଶାନ୍ତନୁ କୁମାର ରାଉତ, ସମ୍ପାଦକ ରାଧା ମାଧବ ରାଉତ, ସହସମ୍ପାଦକ ପୁରସ୍ତମ ରାଉତ, କୋଷାଧ୍ୟକ୍ଷ ପ୍ରଭାକର ଦାସଙ୍କ ନେତୃତ୍ୱରେ ସର୍ବଶ୍ରୀ ନିତ୍ୟାନନ୍ଦ ସ୍ୱାଇଁ, ବଟ କିଶୋର ପଣ୍ଡା, କିଶୋର ଆଚାର୍ଯ୍ୟ, ବଂଶୀଧର ସାମଲ, ଶୈଳେନ୍ଦ୍ର ରାଉତ, ଭରତ ବେହେରା, ଧ୍ରୁବ ଦେହୁରୀ, ବନମାଳୀ ବାରିକ, ରାଜକିଶୋର ମହାନ୍ତି, ରମେଶ ଜେନା, ମଦନ ମୋହନ ରାଉତ, କ୍ଷୀରୋଦ ନାୟକ, ଭୀମସେନ ରାଉତ, ଘନଶ୍ୟାମ ରାଉତ, ପ୍ରମୋଦ ରାଉତ, ଶୁକଦେବ ରାଉତ, କାର୍ତିକ ରାଉତ, ଈଶ୍ୱର ମହାନ୍ତି, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା