ଓଡିଶା

ହିନ୍ଦୋଳରେ ପୁଣି ହାତୀ-ମଣିଷ ଛକାପଞ୍ଝା; ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ…

ହିନ୍ଦୋଳ, ୨୧/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମଣିଷ ମରିବା ଏବେ ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି । ଖବରରୁ ପ୍ରକାଶ ଯେ, ଗତ ସୋମବାର ସନ୍ଧ୍ୟାରେ ହିନ୍ଦୋଳ ଏନ୍ଏସି ୱାର୍ଡ ନଂ ୯ ପୁରୁଷୋତମପୁର ଗ୍ରାମର ନାରାୟଣ ନାଏକ (୫୮), ପିତା -ସ୍ୱର୍ଗତ ଅର୍ଜୁନ ନାଏକ ଶୌଚ ହେବା ପାଇଁ ନିଜ ବାଡ଼ିପଟକୁ ଯାଇଥିଲେ । ଏହି ସମୟରେ ଏକ ବିରାଟ ଦନ୍ତା ହାତୀ ହଠାତ୍ ନାରାୟଣଙ୍କୁ ଆକ୍ରମଣ କରିବା ସହ କଚାଡି ଦେଇଥିଲ । ଫଳରେ ନାରାୟଣଙ୍କ ବାମ ଗୋଡ଼ ଦୁଇ ଖଣ୍ଡ ହୋଇଯିବା ସହ ସେ ଗୁରୁତର ଆହତ ହୋଇଥିଲେ । ନାରାୟଣଙ୍କ ପାଟି ଶୁଣି ପରିବାର ଲୋକ ତୁରନ୍ତ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବର ପାଇ ବନବିଭାଗ କର୍ମଚାରୀମାନେ ହାତୀକୁ ଘଉଡ଼ାଇବା ସହ ମୃତ ନାରାୟଣଙ୍କ ପରିବାର ଲୋକେ କିଭଳି କ୍ଷତିପୂରଣ ପାଇପାରିବେ ସେ ଦିଗରେ ଉଦ୍ୟମ କରିଛନ୍ତି । ହିନ୍ଦୋଳ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜ୍ଜୁ କରିଛନ୍ତି । ହିନ୍ଦୋଳରେ ଦୈନନ୍ଦିନ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହେଉଥିଲେ ମଧ୍ୟ ବନବିଭାଗର ସ୍ଥାଣୁତା ଓ ଅପାରଗତା ପାଇଁ ହିନ୍ଦୋଳ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବର୍ତମାନ ହିନ୍ଦୋଳ ଉପଖଣ୍ଡରେ ଶତାଧିକ ବଣୁଆ ହାତୀ ଆତଙ୍କ ଚଳାଇଥିବା ବେଳେ ହିନ୍ଦୋଳ ଏନ୍ଏସି ବର୍ତମାନ ବଣୁଆ ହାତୀଙ୍କ ଘେରରେ ଥିବାରୁ ଦିନ ହେଉ ରାତି ଜନସାଧାରଣ ଭୟରେ ଦିନ କାଟୁଥିବା ଦେଖିବାକୁ ମିଳୁଛି । କେତେବେଳେ ଯେ ହାତୀ ଆକ୍ରମଣରେ ପ୍ରାଣ ଚାଲିଯିବ ସନ୍ଦେହ ରହୁଛନ୍ତି ସାଧାରଣ ଲୋକ । ବନବିଭାଗ, ହିନ୍ଦୋଳରେ ଫେଲ୍ ମାରିଥିବାବେଳେ ବିଭାଗ ବିଭିନ୍ନ ଚାରା ଲଗାଇବା, ଜଙ୍ଗଲ ରାସ୍ତା କରିବା, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଅର୍ଥ ଉପାର୍ଜନରେ ମନୋନିବେଶ କରୁଥିବାରୁ ହିନ୍ଦୋଳ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହ ମୃତକ ପରିବାରଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା