ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ପାରଳାଖେମଣ୍ଡି, ୨୧/୧୧ (ବିବେକାନନ୍ଦ ବେହେରା) : ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ସନ୍ଥ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇଥିଲେ ଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପରିଚାଳନା ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ନିର୍ମଳା ସେଠୀ ପୌରାଧ୍ୟକ୍ଷ୍ୟା, ସମ୍ମାନିତ ଅତିଥି ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଜିଲ୍ଲା ସଂସ୍କୃତି ଅଧିକାରୀ, ଅନୁଷ୍ଠାନର ସଭାପତି ଶ୍ରୀ ବସନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଶ୍ରୀ ତୀର୍ଥବାସୀ ପଣ୍ଡା, ଉପ ସଭାପତି ଶ୍ରୀ ପ୍ରଦୀପ ନାୟକ, ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରଘୁନାଥ ପାତ୍ର, ଅଧ୍ୟାପକ ମାଧବ ପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ମହନ୍ତ ରାମାନନ୍ଦ ଦାସ ନିଜ ଆଶୀର୍ବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିରବଚ୍ଛିନ୍ନ ଓ ଆଗ୍ରହର ସହ ସଙ୍ଗୀତକୁ ଅଭ୍ୟାସ କରିବା ନିମନ୍ତେ ଉପଦେଶ ଦେବା ସହ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉପାନ୍ତ ଅଂଚଳରେ ଓଡିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର ଜାରି ରଖିଥିବାରୁ ସାଧୁବାଦ ଜଣାଇଥିଲେ ।
ଏହି ଅବସରରେ ନାଟକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଯୁବ ନାଟ୍ୟ କଳାକାର ତଥା ସାମ୍ବାଦିକ ଆଦର୍ଶ ଦାସ ଓ ପ୍ରଖ୍ୟାତ ମର୍ଦଳ ବାଦକ ସୀତାକାନ୍ତ ଜେନା (ଭୂବନେଶ୍ୱର) ଙ୍କୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କର କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଗୁରୁ ଶ୍ରୀ ରଘୁନାଥ ପାତ୍ର, ଏମ୍ ମାଧବ ପାତ୍ର, ଆକାଂକ୍ଷା ପାଟ୍ଟଜୋଷୀ, ସ୍ପନ୍ଦନା ପଣ୍ଡା, ଅମୃତା ପୁରୋହିତ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓଡିଶୀ, ଛାନ୍ଦ, ଚମ୍ପୁ ଓ ଭଜନ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସରୋଜ କୁମାର ପଣ୍ଡା, ଗିରୀଶ ଚନ୍ଦ୍ର ରଥ, ଗୋପାଳ କୃଷ୍ଣ ପଟ୍ଟନାୟକ, ବିଜୟ ପ୍ରଧାନ ଓ ସମସ୍ତ ଅଭିଭାବକମାନେ ପରିଚାଳନା କରିଥିଲେ ।