ଓଡିଶା

ବିଜେପି ପକ୍ଷରୁ ଜଗତସିଂହପୁର ବ୍ଲକ ସମ୍ମୁଖରେ ଜନ ଆକ୍ରୋଶ…

ଜଗତସିଂହପୁର, ୧୯/୧୧(ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଗତସିଂହପୁର ବ୍ଲକ ସମ୍ମୁଖରେ ଜନ ଆକ୍ରୋଶ ଓ ବ୍ଳକ ଘେରାଉ ସହିତ ଗଣଧାରଣା ଦିଆଯାଇଥିଲା । ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ପ୍ରତାପ ମିଶ୍ର, ବିଜେପି ମହିଳା ସଭାନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ସମେତ ଜୋନସ୍ତରରୁ ବିଜେପି ନେତା ଓ କର୍ମୀମାନେ ସ୍ଥାନୀୟ ଶାରଦା ମଣ୍ଡପଠାରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ପହଁଚି ନାରାବାଜି କରିବା ସହିତ ଧାରଣାରେ ସାମିଲ ହୋଇଥିଲେ । ଜଗତସିଂହପୁର ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି, ରାସ୍ତାଘାଟର ସମସ୍ୟା, ପାନୀୟ ଜଳ ସମସ୍ୟା ସହିତ ବିଭିନ୍ନ ବିଭାଗ ବ୍ୟାପକ ଦୁର୍ନୀତି ହୋଇଛି । ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେବାରେ ବିଜେଡି ସରକାର ବିଫଳ ହୋଇଛି । ତେଣୁ ଏହାକୁ ବିଜେପି ବରଦାସ୍ତ କରିବ ନାହିଁ ବୋଲି ନାରାବାଜି କରିଥିଲେ ଆନ୍ଦୋଳନକାରୀ । ଏବଂ ଆଗାମୀ ୨୦୨୪ ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେପି ନେତା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା