ଓଡିଶା ବ୍ୟବସାୟ

ନୂଆ ରୂପରେ ପୁଣି ଖୋଲିଲା ‘ଶିଶା’ ରେଷ୍ଟୁରାଣ୍ଟ…

ଭୁବନେଶ୍ବର (୧୯/୧୧) : ଖୁବ୍ କମ୍ ଦିନରେ ଖାଦ୍ୟପ୍ରେମୀଙ୍କ ପସନ୍ଦର ଠିକଣା ପାଲଟିଥିବା SESHA ‘ଶିଶା’ ରେଷ୍ଟୁରାଣ୍ଟ ନୂଆ ରୂପରେ, ନୂଆ ସାଜସଜ୍ଜାରେ ରି-ଓପନିଂ ହୋଇଛି । ଇନଫୋସିଟି ଗାଲାକ୍ସିଆ ଗାର୍ଡେନ ନିକଟରେ ଥିବା ଏହି ରେଷ୍ଟୁରାଣ୍ଟର ରି-ଓପନିଂ କାର୍ଯ୍ୟକ୍ରମରେ ଓଲିଉଡ୍ କଳାକାରମାନେ ଯୋଗ ଦେଇଥିଲେ । ଆସନ୍ତା ୨୪ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆପଣ ମାନେ ଖୁସୀ ତ?’ ର ପୁରା ଟିମ୍ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଓଡ଼ିଶାର ଘରେ ଘରେ ପରିଚିତ ଥିବା ନଟିଆ କମେଡ଼ିର ମୁଖ୍ୟ ଭଏସ୍ ଓଭର୍ ଆର୍ଟିଷ୍ଟ ସ୍ମୃତିରଞ୍ଜନ ମହାନ୍ତି, ଅଭିନେତା ମହାପ୍ରସାଦ, ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଦୀପା ମିଶ୍ର, ପ୍ରଯୋଜକ ଏନ୍. ଗଙ୍ଗାଧର ରେଡ୍ଡୀ, ନିର୍ଦ୍ଦେଶକ ରମେଶ ରାଉତ, ହାସ୍ୟାଭିନେତା ସନ୍ତୁ ନିଜେ, ସୁନୀଲ, ଶିଶା ରେଷ୍ଟୁରାଣ୍ଟର ନିର୍ଦ୍ଦେଶକ ଆର୍ଯ୍ୟ କହଁର ଓ ସତ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ନୂଆ ଅଫର୍ ଭାବରେ ପ୍ରତ୍ୟେକ ଅର୍ଡ଼ରରେ ୧୫% ରିହାତି, ବିଶ୍ଵକପ୍ ଫାଇନାଲରେ ଦର୍ଶକଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି । ବାର୍ଥ ଡ଼େ, ବିବାହ ବାର୍ଷିକୀ, ବନ୍ଧୁ ମିଳନ ଆଦି ପାର୍ଟି ତଥା ସୁଲଭ ମୂଲ୍ୟରେ ଇଣ୍ଡିଆନ୍ ଓ ଚାଇନିଜ୍ ଭେଜ୍ ଓ ନନଭେଜ୍ ଖାଦ୍ୟ ପାଇଁ ଏହି ରେଷ୍ଟୁରାଣ୍ଟ ଭୁବନେଶ୍ବର ତଥା ଭୁବନେଶ୍ଵର ବାହାରର ଖାଦ୍ୟପ୍ରେମୀଙ୍କୁ ନିଆରା ଅନୁଭବ ଦେବ ବୋଲି ରେଷ୍ଟୁରାଣ୍ଟର ମୁଖ୍ୟ ପରିଚାଳକ ସୌମ୍ୟରଞ୍ଜନ ପଣ୍ଡା ମତ ପ୍ରକାଶ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା