କବିସୂର୍ଯ୍ୟନଗରରୁ ଲଢିବେ କି ପ୍ରମୋଦ ?

ବେଗୁନିଆପଡା, ୧୯/୧୧(ବାପୁନି କୁମାର ମାଲୁ) : ୨୦୨୪ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କବିସୂର୍ଯ୍ୟନଗରରେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଏଠାରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବାବେଳେ ସେଥିମଧ୍ୟରୁ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ହେଉଛନ୍ତି ଅନ୍ୟତମ ଆଶାୟୀ । ଏଥିମଧ୍ୟରେ ସେ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଏହି ଆଧାରରେ ତାଙ୍କର ୪୦ ତମ ଜନ୍ମଦିନ ସେ ନିଜର ଦେଓଗାଁ ସ୍ଥିତ ବାସଭବନରେ ମହା ଆଡମ୍ବରରେ ପାଳନ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହଜାର ହଜାର ସମର୍ଥକଙ୍କ ଗହଣରେ କେକ୍ କାଟିଛନ୍ତି ପ୍ରମୋଦ । ତାଙ୍କ ଜନ୍ମଦିନରେ ଏଭଳି ସମର୍ଥନକୁ ଦେଖି ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ, ଜନ୍ମଦିନରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି ପ୍ରମୋଦ । ଏଥିରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଉପସ୍ଥିତ ରହି ପ୍ରମୋଦଙ୍କୁ ପୁଷ୍ପଗୁଚ୍ଛ ହେଇ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏଥିରେ ଅନେକ ଯୁବ ସମର୍ଥକ ଉପସ୍ଥିତ ରହି ଜିନ୍ଦାବାଦ ନାର ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ପ୍ରମୋଦଙ୍କ ରାଜନୈତିକ କ୍ୟାରିଅର କଣ ରହୁଛି ତାହା ଦେଖିବାକୁ ବାକି ରହିଲା ।