ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ…

କୋଟପାଡ଼, ୧୯/୧୧ (ସୁନୀଲ ଦାଶ) : କୋଟପାଡ଼ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା ସଭାପତି ସୁରେଶ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ଆଚାର୍ଯ୍ୟଙ୍କ ତତ୍ବାବଧାନରେ ଯୁକ୍ତତିନି ନୋଡାଲ ଅଫିସର ଆକାଶ କୁମାର ପତି ଓ ଯୁକ୍ତଦୁଇ ନୋଡାଲ ଅଫିସର ଗୌତମ ରଥଙ୍କ ଦ୍ଵାରା ପ୍ରତିଯୋଗିତାଗୁଡ଼ିକ ସୁଚାରରୂପେ ସମ୍ପାଦିତ ହୋଇଥିଲା । ଦୀର୍ଘ ତିନି ଦିନ ଧରି ଚାଲିଥିବା କାର୍ଯକ୍ରମର ଉଦଯାପନୀ ଦିବସରେ ନୃତ୍ୟ, ସଙ୍ଗୀତ ଓ ଫ୍ୟାସନ୍ ଶୋ ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଇତିହାସ ବିଭାଗ ଅଧ୍ୟାପକ ହେମନ୍ତ କୁମାର ଦଳାଇ ଓ ଦୁଇ ଛାତ୍ରୀ ଲିଶା ମହାପାତ୍ର, ଶ୍ରିତି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ଏହାକୁ ସହଯୋଗ କରିଥିଲେ । ଆଗାମୀ ଡ଼ିସେମ୍ବର ମାସରେ କ୍ରୀଡା ଉତ୍ସବ ଓ ସାମାଜିକ କାର୍ଯକ୍ରମଗୁଡ଼ିକ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷା ହେମଲତା ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି । ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗୌରବ କାଲୋଙ୍କ ଭଜନ ଓ ଆଧୁନିକ ଗୀତଗୁଡ଼ିକୁ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ ।