ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ବରେ ଗୋଶାଣି ବ୍ଲକ ଅଫିସ ଘେରାଓ..

ଗଜପତି, ୧୮/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଅଫିସ ଆଗରେ ବିଜେପି ପକ୍ଷରୁ ଓଡ଼ିଶାରେ ଚାଲିଥିବା ଦୁର୍ନୀତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ବରେ ଗୋଶାଣି ବ୍ଲକ ଅଫିସ ଘେରାଓ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଜେପିର ବହୁ କର୍ମୀ ଓ ନେତା ଉପସ୍ଥିତ ରହି ବିଭିନ୍ନ ସ୍ଲୋଗାନ ଦେବା ସହ ରାଜ୍ୟସ୍ତରରୁ ଜିଲ୍ଲାସ୍ତର ଏବଂ ବ୍ଲକଠାରୁ ଆରମ୍ଭ କରି ବିଭିନ୍ନ ଅଫିସରେ ପିସି କାରବାର ଦ୍ଵାରା ଦୁର୍ନୀତି ବଡ଼ିଛି ବୋଲି ଅଭିଯୋଗ କରିବା ସହ ବିନା ଲାଞ୍ଚରେ ଭତ୍ତା, ରାସନ କାର୍ଡ, ଆବାସ ଯୋଜନା, ଶୌଚାଳୟ ଦୁର୍ନୀତି ଆଦି ବଢିଥିବା ଅଭିଯୋଗ କରିଛି । ଏହି ଦାବି ନେଇ ଗୋଷ୍ଠୀ ଉନ୍ନୟନଙ୍କ ଜରିଆରେ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଛି ବିଜେପି ।