ଓଡିଶା

ପାରଳାଖେମୁଣ୍ଡିର ୭୦ ତମ ସମବାୟ ସପ୍ତାହ ଓ ଲୋନ ମେଳା ଅନୁଷ୍ଠିତ

ଗଜପତି, ୧୮/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଧାରାଣୀ କଲ୍ୟାଣ ମଣ୍ଡପଠାରେ ୭୦ ତମ ସମବାୟ ସପ୍ତାହ ପାଳନ ଓ ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ସିବାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମଂଚାସୀନ ଅତିଥି ଭାବେ ଡାଇରେକ୍ଟର ବିଷ୍ଣୁ ପ୍ରିୟା ନାୟକ, କୁରି କୁମାର ଦାଶ, ପ୍ରଶାନ୍ତ ନାୟକ, କିରଣ କୁମାର, ଡିଲେଶ୍ୱର ରାଓ, ବି ଧନ ଯ୍ୟୟ, ଏଆରସିଏସ୍ ହରି ହର ସେଠି ପ୍ରମୁଖ ମଂଚାସୀନ ରହି ସମବାୟ ସପ୍ତାହ ପାଳନ ଓ ଋଣ ମେଳା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏଏସ୍ଏସର ମ୍ୟାନେଜର ବିନୋଦ କୁମାର ନନ୍ଦ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ୭୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏସଚ୍ଜି ମା ମାନଙ୍କୁ, ମୋ ଘର ଯୋଜନା, ବଳରାମ ଯୋଜନା, ମୋ ସ୍କୁଟି ଯୋଜନା ଭଳି ବିଭିନ୍ନ ଯୋଜନାରେ ଋଣ ପ୍ରଦାନ କରାଯାଇଛି ।
ଏହାସହ ନୂତନ ଲମ୍ପସ ୫୦ ଗୋଟି ହୋଇଛି ବୋଲି ସଭାପତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିଙ୍କୁ ଫୁଲତୋଡ଼ା ଓ ମାନପତ୍ର ଏବଂ ସାଲ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ, ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା