ଓଡିଶା

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଜଟଣୀ ୧୮/୧୧ (ପ୍ରଶାନ୍ତ କୁମାର ସାହୁ) : ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ପକ୍ଷରୁ ସ୍ଥାନୀୟ ବନମାଳି ଶତପଥୀ ପାଠାଗାର ପରିସରରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ସଭାରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଣମାଧ୍ୟମ ପ୍ରତିନିଧି ଉମାଶଙ୍କର ମିଶ୍ର ଯୋଗ ଦେଇଥିଲେ । ଜଣେ ସାମ୍ବାଦିକ ଏକ ଧାରରେ ଜଣେ ସ୍ୱେଚ୍ଛାସେବୀ, ଏଣୁ ପ୍ରତ୍ୟେକଙ୍କୁ ଜଣେ ଜଣେ ଯୋଦ୍ଧା ହୋଇ ସାମାଜସେବା କ୍ଷେତ୍ରରେ ସାମିଲ୍ ହେବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ହୃଷୀକେଶ ପାତ୍ର, ସୁରେଶ୍ ଛୋଟରାୟ, ପ୍ରଶାନ୍ତ କୁମାର ସାହୁ, ମମତା ବେହେରା, ଦେବପ୍ରସାଦ ଦାଶ, ନବୀନଚନ୍ଦ୍ର ମହାପାତ୍ର, ମାନସ ରଥ, ମହମ୍ମଦ ଇଫତେକାର୍ ଅଲ୍ଲୀ, ବାସୁଦେବ ଶତପଥୀ, ପରେଶ ପଟ୍ଟନାୟକ, ନୀଳାମ୍ବର ମିଶ୍ର, ବିଶ୍ୱନାଥ ପଟ୍ଟନାୟକ, ସୁକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ବେହେରା, ସୁକାନ୍ତ କୁମାର ପରିଡା, କାଳନ୍ଦୀ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା