ଓଡିଶା

ଉତରେଶ୍ୱରୀ ମହାଦେବ ମନ୍ଦିର ଚତୁପାର୍ଶ୍ୱ ଅପରିଷ୍କାର ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ…

ଜଗତସିଂହପୁର, ୧୮/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ପଂଚାୟତ ଉତରେଶ୍ୱରୀ ମହାଦେବ ମନ୍ଦିର ଚତୁପାର୍ଶ୍ୱ ଅପରିଷ୍କାରକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପୁରାତନ ମନ୍ଦିରକୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ଏବେ କାର୍ତିକ ମାସରେ ଅଧିକ ଭକ୍ତ ଆସୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗ୍ରାମର କିଛି ଅସାମାଜିକ ଲୋକମାନେ ମନ୍ଦିର ନିକଟରେ ଗାଈଗୋରୁ ବାନ୍ଧିିବା ସହିତ ଅପରିଷ୍କାର କରୁଛନ୍ତି । ଯାହା ଫଳରେ ଦୁର୍ଗନ୍ଧ ହେବା ସହିତ ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ମନ୍ଦିର ଜାଗାକୁ ଜୋର ଜବରଦସ୍ତ ଦଖଲ କରି ରଖିବା ଫଳରେ ମନ୍ଦିରକୁ ଆସୁଥିବା ଯାତ୍ରୀମାନେ ଗାଡି ରଖିବା ଠାରୁ ଆରମ୍ଭ କରି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ଜନସାଧାରଣରେ ଦାବି ଜୋର ଧରିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା