ଅମ୍ବର ଓ ଧାରା ମଧ୍ୟରେ ଆଗକୁ କଣ ହେବ ?

ଭୁବନେଶ୍ବର, ୧୮/୧୧ (ଅଭିଜିତ୍ ସିଂ) : ଜୀ-ସାର୍ଥକରେ ଏବେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ଓ ଦିଲ୍ଲୀପ ଦାଶଙ୍କ ନିର୍ଦେଶିତ ଧାରାବାହିକ ‘ତୁ ମୋ ସାଥିରେ’ । ବିବାହା ପରେ ପ୍ରେମର ନୂଆ କାହାଣୀକୁ ନେଇ ଆସିଛି ଏହି ଲୋକପ୍ରିୟ ଧାରାବାହିକ । ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ ନେଉଛି । ଘରର ଜ୍ଵାଇଁ ଭାବରେ ଅମ୍ବର, ଧାରା ପରିବାରକୁ ମଧ୍ୟ ସମାନ ଆଖିରେ ଦେଖିଛି । ସେ ଧାରାର ମା’ ମୀନାଙ୍କୁ ନିଜ ଘରକୁ ଆଣିବାକୁ ଚେଷ୍ଟା କରିଛି ହେଲେ ଧାରା ଓ ମୀନା ଏଥିରେ ରାଜି ହୋଇନାହାନ୍ତି । ବହୁତ କଷ୍ଟରେ ସେମାନଙ୍କୁ ବୁଝାଇ ଅମ୍ବର ନିଜ ଘରକୁ ଆଣିଛି ଓ ବିବାହ ସମୟରେ ରଖିଥିବା ନିଜର ଦ୍ବିତୀୟ ସର୍ତ୍ତ କଥା ପାଳନ କରିଛି । ବାହାଘର ପରେ ଗୋଟିଏ ଘରେ ରହୁଛନ୍ତି ସେମାନେ । ଅମ୍ବର ଓ ଧାରା ମଧ୍ୟରେ ସୁନ୍ଦର ପ୍ରେମ କାହାଣୀ ଆଗେଇ ଚାଲିଛି ଓ ଅମ୍ବର ମଧ୍ୟ ଧାରାର ପରିବାରକୁ ବହୁତ ଆଦର ଦେଇଛି କିନ୍ତୁ ସେପଟେ ଧାରା ସବୁବେଳେ ଚେଷ୍ଟାରତ କିପରି ଇନ୍ଦ୍ରାଣୀର ମୁଖା ଖୋଲିବ ଓ ଅମ୍ବରର ନିଜ ମା’ ଜାନକୀଙ୍କୁ ପ୍ରକୃତ ନ୍ୟାୟ ଦେବା ।
କାହାଣୀରେ ଆଗକୁ କଣ ହେବ ଜାନକୀଙ୍କୁ ପ୍ରକୃତ ନ୍ୟାୟ ମିଳିବ ? ଇନ୍ଦ୍ରାଣୀର ମୁଖା ଖୋଲିବ ? ସବୁବେଳେ ଅମ୍ବର ଓ ଧାରା ମଧ୍ୟରେ ସମ୍ପର୍କ ଭଲ ରହିବତ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଧାରାବାହିକ ଆଗେଇ ଚାଲିଛି ‘ତୁ ମୋ ସାଥିରେ’ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ । ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ କହିଛନ୍ତି ।