ବୀରପୁତ୍ରଙ୍କ ପ୍ରତିମୂର୍ତୀ ସଫା କରିବା ଆମର ଦାୟିତ୍ୱ – ଜୟ ଓଡ଼ିଶା ସଭାପତି

ଭୁବନେଶ୍ୱର, ୧୭/୧୧ (ଅଭିଜିତ୍ ସିଂ) : ମହାପୁରୁଷଙ୍କ ଅବଦାନ ଯୋଗେ ଆଜି ଆମ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ସ୍ୱତନ୍ତ୍ରତା ମିଳିଛି । ସେହି ମହାପୁରୁଷ ତଥା ବୀରପୁତ୍ରଗଣ ସବୁବେଳେ ଆମ ପାଇଁ ଅମର । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜୟ ଓଡ଼ିଶା, ୱି ଫର ଭୁବନେଶ୍ୱର, ବିଜେଡି ସାଂସ୍କୃତିକ ସମନ୍ୱୟ ଓ ସାମ୍ମୁଖ୍ୟ ତଥା ଉତ୍କଳ ସମ୍ମିଳନୀଙ୍କ ମିଳିତ ସହଯୋଗରେ ଦୀର୍ଘଦିନ ହେବ ମହାପୁରୁଷଙ୍କ ପୁଣ୍ୟ ତିଥି ଓ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତିମୂର୍ତୀ ପରିସରକୁ ସଫା କରି ପୁଷ୍ପମାଲ୍ୟାର୍ପଣ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଜୟ ଓଡ଼ିଶା “ସଂସ୍କୃତି ସେବକ’ ନାମକ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତୀର ଚତୁଃପାର୍ଶ୍ୱ ପରିବେଶକୁ ସଫା ଓ ସୁନ୍ଦର ରଖିବା ପାଇଁ ପ୍ରତି ଅଂଚଳରେ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ହେଉଛି ଏହାର ମୂଳଲକ୍ଷ୍ୟ । ପ୍ରତିଟି ମୂର୍ତୀର ନିକଟସ୍ଥ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କୁ “ସଂସ୍କୃତି ସେବକ” ସମ୍ମାନରେ ସମ୍ମାନିତ କରି ମୂର୍ତୀ ପରିସରର ଯନô ନେବାକୁ କୁହାଯିବ ଏବଂ ସେହି ବ୍ୟକ୍ତି ସପ୍ତାହକୁ ଥରେ ମୂର୍ତୀ ପରିସର ସଫା କରି ନିର୍ମଳ ରଖିବେ ।
ସ୍ୱର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ, ତାଙ୍କ ପ୍ରତିମୂର୍ତୀ ନିକଟରେ ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଓ ସଦସ୍ୟ ତଥା ଅନ୍ୟାନ୍ୟ କିଛି ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଦୁର୍ଗା ପ୍ରସାଦ ମିଶ୍ର ଓ ଗ୍ଲୋରିଅଶ କ୍ଲବର ସଦସ୍ୟ ମାନଙ୍କୁ ସ୍ୱର୍ଗତଃ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତୀ ପରିସର ସଫା ରଖିବା ପାଇଁ ଚିହ୍ନଟ କରିଛନ୍ତି । ପ୍ରାଣନାଥ ପଟ୍ଟନାୟକଙ୍କ ସୁପୁତ୍ର ଶ୍ରୀ ପ୍ରଦୋଷ ପଟ୍ଟନାୟକ ତାଙ୍କୁ “ସଂସ୍କୃତି ସେବକ” ସମ୍ମାନରେ ସମ୍ମାନିତ କରିଥିଲେ ।
ଆମ ରାଜ୍ୟ ର ବୀରପୁତ୍ର ମାନେ ହେଉଛନ୍ତି ଆମ ସମସ୍ତଙ୍କର ପଥ ପ୍ରଦର୍ଶକ ଓ ଆଦର୍ଶ । ତାଙ୍କର ପ୍ରତିମୂର୍ତୀ ରୂପକ ସ୍ମୃତିର ଯନô ନେବା ଆମ ସମସ୍ତଙ୍କର ଦାୟିତ୍ୱ । ସମୟାନୁକ୍ରମେ, ଭୁବନେଶ୍ୱରରେ ଥିବା ପ୍ରତ୍ୟେକଟି ପ୍ରତିମୂର୍ତୀ ନିମନ୍ତେ ଜଣେ କିମ୍ବା ସେହି ଅଂଚଳର କ୍ଲବର ସଦସ୍ୟମାନଙ୍କୁ ମୂର୍ତୀ ପରିସର ସଫା ରଖିବା ନିମନ୍ତେ ସଂସ୍କୃତି ସେବକ ରୂପେ ଚିହ୍ନଟ କରିବା ଆମର ଲକ୍ଷ୍ୟ ବୋଲି ଜୟ ଓଡ଼ିଶାର ସଭାପତି ଶ୍ରୀ ସାମନ୍ତରାୟ କହିଛନ୍ତି ।