ଛତିଶଗଡରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ରାୟପୁର, ୧୭/୧୧ : ଛତିଶଗଡର ୭୦ଟି ବିଧାନସଭା ଆସନ ପାଇଁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ସକାଳ ୮ଟାରୁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟର ୮ ମନ୍ତ୍ରୀ ଓ ୪ ସାଂସଦଙ୍କ ସମେତ ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର । ଏଥିପାଇଁ ୧୮ ହଜାର ୮୩୩ ଟି ବୁଥ୍ କରାଯାଇଛି । ଛଡ଼ିଶଗଡରେ ପ୍ରାୟ ୩୫ ଲକ୍ଷ ଓଡ଼ିଆ ବସବାସ କରୁଥିବା ବେଳେ ସେମାନଙ୍କ ଭୋଟ ଗୁରୁତ୍ୱ ବହନ କରୁଛି ।
୨୦୧୮ ନିର୍ବାଚନରେ ବିଜେପିର ୧୫ ବର୍ଷ ଶାସନକୁ ଧୁଳି ଚଟେଇ ଛତିଶଗଡ ଶାସନ ଗାଦି ହାତେଇଥିଲା କଂଗ୍ରେସ । ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳଗୁଡ଼ିକ ନିଜର ମଜବୁତ ରଣନୀତି ସାଙ୍ଗକୁ ପ୍ରଚାର ଓ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲେ । ଏସବୁ ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ? ଏଥର କିଏ ହାତେଇବ ଛତିଶଗଡ ଗାଦି ? କିଏ ଗଢ଼ିବ ସରକାର ।