ହିନ୍ଦୋଳ ପୋଲିସର ସଡକ ସୁରକ୍ଷା ଅଭିଯାନ

ଢ଼େଙ୍କାନାଳ, ୧୬ ନଭେମ୍ବର : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଥାନା ଅଧିକାରୀଣୀ ଚାରୁଲତା ବେହେରା ଏବଂ ହିନ୍ଦୋଳ ଡ୍ରାଇଭର ମହସଂଘର ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା ଏବଂ ଦୃତ ଗତିରେ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଂଟ୍ ବ୍ୟବହାର କରିବା ଏବଂ ନିଶା ତଥା ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ହିନ୍ଦୋଳ ପୋଲିସ୍ ପକ୍ଷରୁ ଜନସାଧାରଣମାନଙ୍କୁ ସଚେତନ କରାଯାଇଛି । ଯେଉଁ ବ୍ୟକ୍ତିମାନେ ବିନା ହେଲମେଂଟ୍ ଏବଂ ବିନା ସିଟବେଲ୍ଟ ପିନ୍ଧି ଗାଡ଼ି ଚାଳନା କରୁଥିଲେ ସେମାନଙ୍କୁ ଚକଲେଟ୍ ଦେବା ସହିତ ସର୍ବଦା ଟ୍ରାଫିକ ନିୟମ ମାନିବା ପାଇଁ ହିନ୍ଦୋଳ ପୋଲିସ୍ କର୍ମଚାରୀମାନେ ସଚେତନତା ବାର୍ତା ପ୍ରଦାନ କରିଛନ୍ତି । ଅପରପକ୍ଷେ ହିନ୍ଦୋଳ ପୋଲିସ୍ ଏବଂ ହିନ୍ଦୋଳ ଡ୍ରାଇଭର ମହାସଂଘର ଏଭଳି ପ୍ରୟାସ ପାଇଁ ହିନ୍ଦୋଳ ଜନସାଧାରଣ, ପୋଲିସ୍ ପ୍ରଶାସନକୁ ସାଧୁବାଦ୍ ଜଣାଇଛନ୍ତି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା