ଓଡିଶା

ସହାୟତା ବଂଟନ ଶିବିରରେ ସହାୟତା ରାଶି ବାଂଟିଲେ ଆଠମଲ୍ଲିକ ବିଧାୟକ…

ଆଠମଲ୍ଲିକ, ୧୬ ନଭେମ୍ବର : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ର, କିଶୋରନଗର ବ୍ଲକ ଅନ୍ତର୍ଗତ ଧଉରାପାଲି ପଂଚାୟତର ନୂତନ କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ସୌଜନ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରିଥିଲେ । ଓଡ଼ିଶାରେ ବିଜୁ ଜନତା ଦଳର ୨୩ ବର୍ଷ ଶାସନ କାଳରେ ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଜନ ସାଧାରଣଙ୍କ ବିକାଶ ଉପରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଧଉରାପାଲି ପଂଚାୟତ ସରପଂଚ ସଞ୍ଜୟ କୁମାର ସାହୁ, ଉଷ୍କାପାଲି ସରପଂଚ ବିଜୟନି ସାହୁ, ଜୟରାଟ ପଂଚାୟତ ସମିତି ସଭ୍ୟ ମମତା ମେହେର, ଉଷ୍କାପାଲି ପଂଚାୟତ ସମିତି ସଭ୍ୟ ସାବିତ୍ରୀ ନାୟକ, ବିଧାୟକଙ୍କ ବ୍ଲକ ପ୍ରତିନିଧି କାଳନ୍ଦି ଚରଣ ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଆୟୋଜିତ ଶିବିରରେ ୩୬୦ ଜଣଙ୍କୁ ନୂତନ କାର୍ଡ ବଂଟନ କରାଯାଇଥିଲା ଏବଂ ୩୦ ଜଣ ଶ୍ରମିକଙ୍କୁ ଅଣ ସଂଗଠିତ ନୂତନ କାର୍ଡ ବଂଟନ କରାଯାଇଛି । ସେହିପରି ୨୦୪ ଜଣ ନିର୍ମାଣ ଶ୍ରମିକଙ୍କୁ ୧ କୋଟି ୧୦ ଲକ୍ଷ ୬୯ ହଜାର ୪ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଶିକ୍ଷା ସହାୟତା ୧୨ ଜଣକୁ ୮୪ ହଜାର ୪୦୦ ଟଙ୍କା, ବିବାହ ସହାୟତା ୧୫୯ ଜଣଙ୍କୁ ୭୮ ଲକ୍ଷ ୭୫ ହଜାର ଟଙ୍କା, ମୃତ୍ୟୁ କାଳୀନ ସହାୟତା ୧୫ ଜଣଙ୍କୁ ୩୦ ଲକ୍ଷ ଟଙ୍କା ସ୍ୱାଭାବିକ ମୃତ୍ୟୁ ନିମନ୍ତେ ୧୪ ଜଣଙ୍କୁ ୭୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିରେ ଜୁନିୟର ଶ୍ରମିକ ଅଧିକାରୀ ମହେଶ୍ୱର ନାୟକ, ନିର୍ମାଣ ଶ୍ରମିକଙ୍କୁ ସହାୟତା ଓ ନୂତନ ପଞ୍ଜିକରଣ ବାବଦରେ ଅବଗତ କରିଥିଲେ । ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି ଶିବିର ପରିଚାଳନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଇତିଶ୍ରୀ ଗାଗ୍ରିଆ ସମସ୍ତ କାର୍ଯ୍ୟକୁ ଆୟୋଜନ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସର୍ବ ଶେଷରେ ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ : ଆଠମଲ୍ଲିକରୁ ଧନଞ୍ଜୟ ନାୟକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା