କବିସୂର୍ଯ୍ୟନଗର ବ୍ଲକ ଘେରିଲା ବିଜେପି…

ଗଞ୍ଜାମ, ୧୬ ନଭେମ୍ବର : ରାଜ୍ୟର ସମସ୍ତ ବ୍ଲକରେ ଆସନ୍ତା ଅଠର ତାରିଖ ପର୍ଯ୍ୟନ୍ତ ବିଜେପିର ଆନେ୍ଦାଳନ ଆରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ବ୍ଲକରେ ମଧ୍ୟ ବ୍ଲକ ଘେରାଉକୁ ଜୋରଦାର କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ କବିସୂର୍ଯ୍ୟନଗର ଧନେଇ ନଦୀଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ପରିସରରେ ପହଁଚି ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ରଣ ହୁଙ୍କାର ଦେବା ସହ ଦୁର୍ନୀତିକୁ ମୁଳୋତ୍ପାଟନ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଶୋଦାଗର କରିଛନ୍ତି । ବ୍ଲକ ଘେରାଉ ସମୟରେ କବିସୂର୍ଯ୍ୟନଗର ବ୍ଲକ ଫାଟକକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯିବା ପ୍ରତିବାଦରେ ବ୍ଲକ ଗେଟ ଆଗରେ ନାରାବାଜି କରି ମୁଖ୍ୟ ରାସ୍ତାରେ ବସି ରହିଥିଲେ । ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧା ପ୍ରାପ୍ତ ହେବା ଯୋଗୁଁ ପୁରୁଷୋତମପୁର ଏସଡିପିଓ ସେଠାରେ ପହଁଚି ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ବିଜେପି ନେତା ଦୁର୍ଯେ୍ୟାଧନ ଖଣ୍ଡୁଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିବାଦ ସଭା । ହେି ଅବସରରେ ଓଡିଶାରେ କୋଟି କୋଟି ଟଙ୍କାର ପିସି କାରବାର ହେଉଥିବା ଯୋଗୁଁ ଦୁର୍ନୀତି ବଢ଼ି ଚାଲିଥିବା ଅଭିଯୋଗ କରିଛି ବିଜେପି । ବିଧବା ଭତା ପ୍ରଦାନ କ୍ଷେତ୍ରରେ ଲାଂଚ କାରବାର, ହିତାଧିକାରୀଙ୍କ ନାମକୁ ବାରମ୍ବାର ପରିବର୍ତନ କରିବା, ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ମୂଳକ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ହରିଲୁଟ କରି ରାଜ୍ୟ ସରକାର ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ । ଆନେ୍ଦାଳନ ସ୍ଥଳରେ କବିସୂର୍ଯ୍ୟନଗର ବିଡିଓ ପହଁଚି ଦାବୀ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥି, ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ସୋରଡ଼ା ପୂର୍ବତନ ବିଧାୟକ ନୀଳମଣି ବିଷୋୟୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ ପଣ୍ଡା, ଶ୍ରୀକାନ୍ତ ମହାପାତ୍ର, ଶିବରାମ ପଣ୍ଡା, ନାରାୟଣ ଡାକୁଆ, ଶ୍ରୀକାନ୍ତ ପଣ୍ଡା, କୃଷ୍ଣ ବିଶୋଇ, ଦୁର୍ୟୋଧନ ଖଣ୍ଡୁଆଳଙ୍କ ସମେତ ବହୁ ବିଜେପି କର୍ମୀ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ